oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ପ୍ରେମିକାଙ୍କ ସେକ୍ସ ଭିଡିଓ ଭାଇରାଲ କରିଦେଲେ ସନତ ଜୟସୂରିୟା, ପ୍ରତିଶୋଧ ନେବା ପାଇଁ ଘଟାଇଲେ ଏପରି କାଣ୍ଡ

14/06/2021 at 7:24 AM

ନୂଆଦିଲ୍ଲୀ, ୧୪୦୬ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନତ ଜୟସୁରିୟା ପୁଣି ବିବାଦରେ । ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଜୟସୂରିୟା ନିଜ ପ୍ରେମିକାଙ୍କ ସେକ୍ସ ଭିଡିଓ ଭାଇରାଲ କରିଛନ୍ତି । ୧୯୯୬ ଶ୍ରୀଲଙ୍କା ବିଶ୍ୱକପ୍ ବିଜୟୀ ଟିମ୍‌ରେ ସାମିଲ ଥିବା ଏହି ଖେଳାଳି ମୋଟ୍ ୫୮୬ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏଥିରେ ୧୧୦ଟି ଟେଷ୍ଟ ଥିବା ବେଳେ ୪୪୫ଟି ଦିନିକିଆ ଓ ୩୧ଟି ଟି୨୦ ଖେଳିଛନ୍ତି  । ଏହାସହ ତାଙ୍କ ଖାତାରେ ୪୪୦ଟି ଓ୍ୱିକେଟ୍ ରହିଛି ।

ଜୟସୂରିୟା କ୍ରିକେଟ ମଇଦାନରେ ଭଲ ଖେଳୁଥିଲେ ମଧ୍ୟ ପଡିଆ ବାହାରେ ଅନେକ ବିବାଦରେ ଛନ୍ଦି ହୋଇ ରହିଛନ୍ତି । କେତେବେଳେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା ତ ପୁଣି କେତେବେଳେ ଅନ୍ୟ କିଛି ବିବାଦ ପାଇଁ ସେ ଚର୍ଚ୍ଚାରେ ରହୁଥିଲେ । ଏପରିକି ସେ ଏକଦା ନିଜ ବାନ୍ଧବୀଙ୍କ ସେକ୍ସ ଭିଡିଓ ସେୟାର କରି ଫସି ଯାଇଥିଲେ । ତାଙ୍କ ବିରୋଧରେ ଅଭିଯୋଗ ଥିଲା ଯେ, ସେ ପ୍ରତିଶୋଧ ନେବା ପାଇଁ ବାନ୍ଧବୀଙ୍କ ସହ ଏପରି କରିଥିଲେ । ସେ ବିବାହ କରି ମଧ୍ୟ ପରକୀୟା ପ୍ରୀତିରେ ସଂପୃକ୍ତ ଥିଲେ ।

୨୦୧୭ର ଏହି ମାମଲା

ଏହି ମାମଲା ୨୦୧୭ରେ ସାମ୍ନାକୁ ଆସିଥିଲା । ସେହି ସମୟରେ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଜୟସୂରିୟା ପ୍ରେମିକାଙ୍କ ଉପରେ ପ୍ରତିଶୋଧ ନେଇଥିଲେ । କଲୋମ୍ବୋ ଟେଲିଗ୍ରାଫ୍ ଅନୁସାରେ, ପ୍ରେମିକା ଜଣଙ୍କ ନିଜର କିଛି ଘନିଷ୍ଠଙ୍କୁ ଏ ବାବଦରେ କହିଥିଲେ । ସେ କହିଥିଲେ ଯେ, ଜୟସୂରିୟାଙ୍କ ସହ ତାଙ୍କର ନିର୍ବନ୍ଧ ସରଛି ।ଏହି କାର୍ଯ୍ୟକ୍ରମ ଏଖ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା । କାରଣ ସେହି ସମୟରେ ଜୟସୂରିଆ ନିଜ ପତ୍ନୀଙ୍କୁ ଛାଡପତ୍ର ଦେଇନଥିଲେ । ସେହି ସମୟରେ ଜୟସୂରିଆ କେବଳ ପୂର୍ବତନ କ୍ରିକେଟର ନୁହେଁ ବରଂ ମହିନ୍ଦା ରାଜପକ୍ଷେଙ୍କ ସରକାରରେ ମନ୍ତ୍ରୀ ମଧ୍ୟ ରହିଥିଲେ । ତେବେ ଏହି ମାମଲାକୁ ଚାପି ଦିଆଯାଇଥିଲା ।

ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ ଜୟସୂରିଆ ବିବାଦରେ ଫସିଥିଲେ । ୨୦୧୪ରେ ସେ କିଛି ଛାତ୍ରଙ୍କୁ ହିଂସା ପାଇଁ ଉସକାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ତେବେ ଶ୍ରୀଲଙ୍କର ପୂର୍ବତନ କ୍ରିକେଟରଜଣଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ ।

   Related Posts