ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ରାତିରେ ଘରେ ପଶି ଚୋରି ସହ ଗୋଦାମରେ ନିଆଁ ଲଗାଇଲା ଦୁର୍ବୃତ୍ତ, ଚୋରକୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ

29/09/2022 at 10:44 AM

ସାନଖେମୁଣ୍ଡି ୨୯।୦୯ : ରାତିରେ ଘରେ ପଶି ଚୋରି କରିବା ସହ ଗୋଦାମ ଘରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ। ଚୋରକୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଖଲିଙ୍ଗୀ ପଞ୍ଚାୟତ ବାସୁଦେବପୁର ଗ୍ରାମରେ ଏଭଳି ଘଟଣା ଘଟିଛି। ଖବର ପାଇ ଦିଗପହଣ୍ଡି ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି।

ଖବର ଅନୁଯାୟୀ, ପାଟପୁର ଥାନା ଖଲିଙ୍ଗୀ ପଞ୍ଚାୟତ ବାସୁଦେବପୁର ଗାଁର ମନୋଜ ମିଶ୍ର ଘରେ ନଥିବା ବେଳେ ପରିବାର ଲୋକ ଶୋଇଥିବା ଫାଇଦା ଉଠାଇ କବାଟ ଉପର ପିଞ୍ଜରୀ ଭିତର ଦେଇ ଜଣେ ଦୁର୍ବୃତ୍ତ ଘର ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଯୁବକ ଜଣଙ୍କ ଦୁଇଟି ମୋବାଇଲ୍, ଟ୍ରଚ୍ଚ୍ ଲାଇଟ୍, ହେଡ ଫୋନ ନେବା ସହ ନିକଟସ୍ଥ ସୀମାଞ୍ଚଳ ପାଢ଼ୀଙ୍କ ଗ୍ରୋସେରି ଦୋକାନ ଗୋଦାମରେ ନିଆଁ ଲଗାଇଦେଇଥିଲା। ଏହି ସମୟରେ ଯୁବକ ଜଣଙ୍କ ଦୌଡ଼ି ପଳାଇବା ବେଳେ ଗ୍ରାମବାସୀମାନେ ତାକୁ କାବୁ କରିବା ସହ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପାଟପୁର ପୋଲିସ ପହଞ୍ଚି ଦୁର୍ବୃତ୍ତଙ୍କୁ ହେପାଜତକୁ ନେଇଛି। ଯୁବକ ଜଣଙ୍କ ହେଉଛନ୍ତି ଉକ୍ତ ଗାଁର ଶ୍ରୀହରି ପୃଷ୍ଟି (୨୨)। ସେ ୫ ଦିନ ପୂର୍ବେ ଚୋରି କେସରୁ ଜେଲରୁ ମୁକୁଳିଥିଲେ। ସେପଟେ ଘଟଣାସ୍ଥଳରେ ଦିଗପହଣ୍ଡି ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଛି। ତେବେ ଗୋଦାମ ଘରେ ଥିବା ରାସନ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି।

   Related Posts