ସାନଖେମୁଣ୍ଡିରେ ବ୍ୟାପୁଛି ଲମ୍ପି ସ୍କିନ୍‌ ଡିଜିଜ୍‌: ଚିକିତ୍ସା ପରେ ବି ଫଳ ଶୂନ

Published By : Prameya-News7 Bureau | November 26, 2022 IST

ସାନଖେମୁଣ୍ଡି ୨୬/୧୧: ଗାଁ ଗହଳିରେ ମାତିଛି ଲମ୍ପି ସ୍କିନ ଡିଜିଜ ଭାଇରସ।ରାଜସ୍ଥାନ, ଉତ୍ତରପ୍ରଦେଶ, ଜାମ୍ମୁକାଶ୍ମୀର ପରେ ଓଡ଼ିଶାରେ ମଧ୍ୟ ଏହି ଭୂତାଣୁ ତାର କାୟା ମେଲାଇଛି। ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଗାଈ ବାଛୁରୀ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଅଞ୍ଚଳବାସୀ ଗୃହପାଳିତ ପଶୁଙ୍କ ପାଇଁ  ଚିନ୍ତାରେ ପଡ଼ିଛନ୍ତି। କିଛି ଲୋକ ପଶୁ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବା ପରେ ଗାଈ ବାଛୁରୀଙ୍କ ରୋଗ ଭଲ ନ ହେବାରୁ ଅନ୍ଧ ବିଶ୍ୱାସର ବଶବର୍ତ୍ତି ହୋଇ ବସନ୍ତ ରୋଗ ଭାବି ପିଠା ପଣା ପୂଜା ପାଠ କରି ଗାଁରେ ଜଣେ ବାବାଙ୍କୁ ବୁଲାଇବାର ଦେଖିବାକୁ ମିଳିଛି।

{"id":714027,"width":473,"height":266,"sizeSlug":"full","linkDestination":"none"}

ସାନଖେମୁଣ୍ଡି ବ୍ଲକର ପାଟପୁର, ଏରେଣ୍ଡରା, ଖଲିଙ୍ଗୀ, ସାହସପୁର, ଜଗନ୍ନାଥପୁର, ଡେଙ୍ଗାଉସ୍ତ, ପୋଡ଼ାମାରିରେ ଗାଈ ବାଛୁରୀଙ୍କ ଦେହରେ ଦେଖା ଦେଇଛି ଏହି ଲମ୍ପି ଭାଇରସ। ସେମାନଙ୍କ ଦେହରେ ଘା ଭଳି ସବୁଆଡ଼େ ଫୁଲି ଯାଇଛି। ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶରେ ଚିକିତ୍ସା ଚାଲିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି। ଗାଁ ଗଣ୍ଡାରେ ଲୋକମାନେ ଏବେ ଗାଈ ବାଛୁରୀକୁ ମଣିଷ ଭଳି ବସନ୍ତ ହୋଇଛି ଭାବି ସମ୍ପୂର୍ଣ୍ଣ ଭାବେ ଆମିଷ ବର୍ଜନ କରିବା ସହ ତେଲ କଡ଼େଇ ବ୍ୟବହାର ନ କରିବା, ରୋଷେଇ କରିବା ବେଳେ ଖାଦ୍ୟରେ ଛୁଙ୍କନ ଦେବା ସହ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଛି। ଏହା ସହ ଗାଁ ଦାଣ୍ଡରେ କୁମ୍ବ ବାଢି ପୂଜାର୍ଚ୍ଚନା କରି ଜଣେ ବାବାଙ୍କୁ ଗାଁ ଟ୍ରଲି ରିକ୍ସାରେ ବସାଇ ବୁଲାଇବା ଓ ଠାକୁରାଣୀ ମନ୍ଦିରରେ ପିଠା ପଣା ମୁହାଁ ଭୋଗ ଲଗାଇଲେ ଏହି ଭାଇରସ ଦୂର ହେବ ବୋଲି ଗ୍ରାମବାସୀ କହିଛନ୍ତି।

{"id":714026,"width":456,"height":256,"sizeSlug":"full","linkDestination":"none"}

ଏହି ଲମ୍ପି ଭାଇରାସ ବ୍ୟାପିବା ଦ୍ୱାରା ଆକ୍ରାନ୍ତ ଗୋରୁ ଗାଈଙ୍କ ସଂଖ୍ୟା ବଢ଼ୁଥିବା ବେଳେ କିଛି ଗାଈ ବାଛୁରୀଙ୍କ ମୃତ୍ୟୁ ନେଇ ଗୋପାଳନ କରୁଥିବା ଚାଷୀଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଫଳରେ ଲୋକମାନେ ଅନ୍ଧ ବିଶ୍ୱାସର ବସବର୍ତ୍ତି ହେଉଛନ୍ତି। ବର୍ତ୍ତମାନ ପ୍ରାଣୀ ବିଭାଗର ବୈଷୟିକ ଟିମ୍‌ ଗାଁକୁ ଉନ୍ନତ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆବଶ୍ୟକ ବୋଲି ସ୍ଥାନୀୟ ବୁଦ୍ଧିଜୀବିମାନେ କହିଛନ୍ତି। ସାନଖେମୁଣ୍ଡିର ପ୍ରତି ଗାଁ ରେ ଗାଈ ବାଛୁରୀଙ୍କ ଦେହରେ ଏହି ଲମ୍ପି ଭାଇରାସ ଦେଖା ଦେଇଛି। ସେପଟେ ପ୍ରାଣୀ ଚିକିତ୍ସକ କହିଛନ୍ତିଯେ, ଆମେ  ଶହେରୁ ଅଧିକ ଗୋରୁଙ୍କୁ ଚିକିତ୍ସା କରି ଭଲ କରିଛୁ, ମୃତ୍ୟ ସଂଖ୍ୟା ବହୁତ କମ ରହିଛି। ଗ୍ରାମାଞ୍ଚଳ ସାଧାରଣତଃ ଆଇସୋଲେସନ କରିବା ସମ୍ଭବ ନୁହେଁ ତେଣୁ ଏହି ଭାଇରସ ବ୍ୟାପୁଛି। ଏଥି ପାଇଁ ଖୁବ ଶୀଘ୍ର ପ୍ରତିଷେଧକ ଟୀକା ଆସିବା ପରେ ଆକ୍ରାନ୍ତ ଗୋରୁମାନଙ୍କର ସୁସ୍ଥହାର ନିଶ୍ଚିତ ବଢ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.