ସାନଖେମୁଣ୍ଡି ଆନ୍ଧ୍ର ବ୍ୟାଙ୍କ କ୍ୟାସିଅରଙ୍କୁ ହତ୍ୟା
23/01/2019 at 11:28 AM

ସାନଖେମୁଣ୍ଡି ୨୩/୧ : ଗଞ୍ଜାମ ଜିଲ୍ଲା ଧରକୋଟ ବ୍ଲକ ମୁଣ୍ଡମରାଇ କଲେଜ ନିକଟରେ ଯୁବକଙ୍କ ମୃତ ଦେହ ଠାବ କରାଯାଇଛି । ଯୁବକ ଜଣଙ୍କ ହେଲେ ମୁଣ୍ଡମରାଇରେ ଥିବା ଅନ୍ଦ୍ର ବ୍ୟାଙ୍କର କ୍ୟାସିଅର । ଘଟଣାସ୍ଥଳରେ ଧରକୋଟ ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ ପୋଲିସ ଅନୁମାନ କରୁଛି ଯେ, ଆନ୍ଦ୍ର ବ୍ୟାଙ୍କ କ୍ୟାସିଅର ମୁଣ୍ଡମରାଇ ଗ୍ରାମର ଏକ ଭଡା ଘରେ ରହୁଥିଲେ ଏବଂ ସେହି ଗାଁର ଏକ ଝିଅକୁ ପ୍ରେମ ବି କରୁଥିଲେ । ଝିଅଙ୍କ ପରିବାର ଲୋକେ ଜାଣିବାକୁ ପାଇଥିବାରୁ କାଲିରାତିରେ ସେହି ଯୁବକକୁ ଟେକି ନେଇ କଲେଜ ପାଖରେ ହତ୍ୟା କରୁଥିବା ସନ୍ଦେହ କରୁଥିବା ସୂଚନା ମିଳିଛି । ଘଟଣାର ଧରାକୋଟ ପୋଲିସ ଛାନ୍ ଭିନ ଜାରି ରଖିଛି । ପରବର୍ତ୍ତୀ ପର୍ଯ୍ୟାୟରେ ହତ୍ୟାର କାରଣ ସ୍ୱଷ୍ଟ ହେବ ।

Related Posts
କୋରାପୁଟରେ ଚାଞ୍ଚଲ୍ୟ, ଗଳା କାଟି ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
6 February 2023