ମେଲଭିନ୍‌ ଲୁଇସ୍‌ଙ୍କଠୁ କାହିଁକି ଦୂରେଇଲେ ସନା ଖାନ୍…ମାତ୍ର ଦେଢ ବର୍ଷରେ ବ୍ରେକ୍‌ଅପ୍

Published By : Prameya-News7 Bureau | February 13, 2020 IST

ମୁମ୍ବାଇ୧୩|୨: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସହ ଫିଲ୍ମ ‘ଜୟ ହୋ’ରେ ନଜର ଆସିଥିବା ଅଭିନେତ୍ରୀ ସନା ଖାନ ଆଜିକାଲି ନିଜ ବ୍ୟକ୍ତିଗତ ଜୀବନ ପାଇଁ ବେଶ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସନା ନିଜ ରିଲେସନଶିପ୍‌ ଷ୍ଟାଟସ୍‌ର ଖୁଲାସା କରିଛନ୍ତି। ସନା ଜଣେ ଜାନ୍ସର ମେଲଭିନ୍‌ ଲୁଇସ୍‌ଙ୍କ ସହ ରିଲେସନଶିପ୍‌ରେ ଥିଲେ।

{"id":223877,"sizeSlug":"large"}

ହେଲେ ଏହି ସମ୍ପର୍କ ଅଧିକ ଦିନ ଚାଲିଲା ନାହିଁ। ନିଜ ବୟଫ୍ରେଣ୍ଡଙ୍କ ସହ ବ୍ରେକ୍‌ଅପ ନେଇ ସନା ନିଜେ କହିଛନ୍ତି। ସନା ବିଗ୍‌ବସ୍‌ର ଏକ୍ସ ପ୍ରତିଯୋଗୀ। ବିଗ୍‌ବସ୍‌ରେ ନଜର ଆସିବା ପରେ ସେ ଅନେକ ଲୋକପ୍ରିୟତା ହାସଲ କରିଥିଲେ।  କିଛି ଦିନ ତଳେ ସନା ନିଜ ପ୍ରେମ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚାରେ ଥିଲେ। ସନାଙ୍କ କହିବା ଅନୁସାରେ ମେଲଭିନ୍‌ ତାଙ୍କୁ ଧୋଖା ଦେଇଛନ୍ତି। ଅଭିନେତ୍ରୀ ସନା ଏନେଇ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ସେୟାର କରିଛନ୍ତି।

{"id":223878,"sizeSlug":"large"}

ଏକ ସାକ୍ଷାତକାରରେ ସନା କହିଛନ୍ତି ଯେ, ସେ ମେଲଭିନ୍‌ଙ୍କଠାରୁ ଅଲଗା ହୋଇସାରିଛନ୍ତି। କାରଣ ସେ ତାଙ୍କୁ ବହୁତ ମିଛ କହୁଥିଲେ । ସନା ତାଙ୍କୁ ବହୁତ ଭଲ ପାଉଥିଲେ ହେଲେ ମେଲଭିନ୍‌ ପ୍ରେମ ବଦଳରେ ତାଙ୍କୁ ପ୍ରତାରଣା ଦେଲେ।ମେଲଭିନ୍‌ ସନାଙ୍କ ସହ ରିଲେସନଶିପ୍‌ରେ ଥାଇ ଅନ୍ୟମାନଙ୍କୁ ଡେଟ୍ କରୁଥିଲେ। ଜଣେ ଯୁବତୀଙ୍କ ସହ ମେଲଭିନ୍‌ଙ୍କର ଘନିଷ୍ଠ ସମ୍ପର୍କ ଥିଲା ଯାହା ସେ ଜାଣିନଥିଲେ।

{"id":223879,"sizeSlug":"large"}

ଏହି ବିଷୟରେ ଜାଣିବା ପରେ ସନା ତାଙ୍କ ସହ ସବୁ ପ୍ରକାରର ସମ୍ବନ୍ଧ ଭାଙ୍ଗିଥିଲେ ଓ ଏବେ ତାଙ୍କଠାରୁ ଅଲଗା ହୋଇସାରିଛନ୍ତି। ସନା ଇନ୍‌ଷ୍ଟାରେ ଫଟୋ ସେୟାର କରି ଲେଖିଛନ୍ତି ଯେ, ଏହି ବିଷୟରେ କହିବା ପାଇଁ ତାଙ୍କୁ ଅନେକ ସମୟ ଲାଗିଲା । ଖୁବ ସାହାସ ଦେଖାଇ ସେ ଏହି ପୋଷ୍ଟ ସେୟାର କରିଛନ୍ତି। କାରଣ ଏମିତି ଅନେକ ଦର୍ଶକ ଓ ସାଙ୍ଗସାଥି ଥିଲେ ଯିଏ ଏହି ସମ୍ପର୍କକୁ ବହୁତ ସମ୍ମାନ ଦେଉଥିଲେ। ହେଲେ ଦୁଭାର୍ଗ୍ୟ ବସତଃ ତାଙ୍କୁ ଏହି ସମ୍ପର୍କରୁ କୌଣସି ସମ୍ମାନ ମିଳିନଥିଲା।

{"id":223880,"width":577,"height":578,"sizeSlug":"large"}

ମେଲଭିନ୍‌ ଓ ସନାଙ୍କ ରିଲେସନଶିପ୍‌ ୨୦୧୮ ମସିହାରୁ ଆରମ୍ଭ ହୋଇଥିଲା। ଉଭୟ ଏକ ଭିଡିଓ ଶୁଟ୍‌ କରିବା ସମୟରେ ପରସ୍ପରଙ୍କୁ ପସନ୍ଦ କରିବା ଆରମ୍ଭ କରିଥିଲେ। ପରବର୍ତ୍ତି ସମୟରେ ଉଭୟ ଡେଟ୍‌ କରି ରିଲେସନଶିପ୍‌ରେ ଆସିଥିଲେ। ହେଲେ ଏବେ ସେମାନେ ପରସ୍ପରଙ୍କଠାରୁ ଅଲଗା ହୋଇଛନ୍ତି। ତେବେ ସନାଙ୍କର ଏହି ଅଭିଯୋଗ ନେଇ ମେଲଭିନ୍‌ଙ୍କର କୌଣସି ପ୍ରତିକ୍ରିୟା ଆସିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.