ମଝି ସମୁଦ୍ରରେ ଫସିଲା ଜାହାଜ, ଉଦ୍ଧାର ପାଇଁ ପହଞ୍ଚିଲା ଆଇଏନଏସ ଅମୋଘ

Published By : Prameya-News7 Bureau | October 24, 2023 IST

ପାରାଦ୍ଵୀପ: ସମୁଦ୍ର ମଝିରେ ଫସିଲା ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଜାହାଜ ‘ସମୁଦ୍ର କୌସ୍ତୁଭ’ । ମିଳିଥିବା ସୂଚନା ଅନୁଯାୟୀ, ବାତ୍ୟା ଯୋଗୁଁ ଜାହାଜାଟି ମଝି ସମୁଦ୍ରରେ ଖରାପ ହୋଇଯାଇଥିଲା। ଆଉ ଦିଗହୀନ ହୋଇ ପାରାଦ୍ଵୀପ ନିକଟରେ ମଝି ସମୁଦ୍ରରେ ଭାସୁଥିଲା।

ତେବେ ଘଟଣା ଜଣାପଡ଼ିବା ପରେ ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ। କୋଷ୍ଟଗାର୍ଡର ଆଇଏନ୍ଏସ ଅମୋଘ ଜାହାଜ ସାହାଯ୍ୟରେ ଏହାକୁ ପାରାଦ୍ଵୀପ ବନ୍ଦର ନିକଟକୁ ଆଣିବାକୁ ଉଦ୍ୟମ ଜାରି ରହିଛି। ବର୍ତ୍ତମାନ ଏହା ପାରାଦ୍ଵୀପ ଠାରୁ ୬୦ ନଟିକାଲ ଦୂରରେ ରହିଛି । ଜାହାଜରେ ଅଛନ୍ତି ୨୫ ଜଣ ସଦସ୍ୟ । ପାରାଦ୍ଵୀପ ବନ୍ଦରରେ ଏହା ଆସନ୍ତା କାଲି ସନ୍ଧ୍ୟାରେ ପହଞ୍ଚିବ ।

ଆହୁରି ପଢ଼ନ୍ତୁ: ଦେବଦୂତ ସାଜିଲେ ଲାଇଫ୍‌ ଗାର୍ଡ, ବୁଡିଯାଉଥିବା ବେଳେ ପର୍ଯ୍ୟଟକଙ୍କୁ କଲେ ଉଦ୍ଧାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.