ଭାରତରେ Samsung Galaxy F14 5G ଲଞ୍ଚ୍; କମ୍‌ ଦାମ୍‌ରେ ଜବରଦସ୍ତ କ୍ୟାମେରା ଓ ପାୱାରଫୁଲ୍ ବ୍ୟାଟେରୀ

Published By : Prameya-News7 Bureau | March 24, 2023 IST

ନୂଆଦିଲ୍ଲୀ, ୨୪/୦୩​‌: ସ୍ମାର୍ଟଫୋନ୍ କମ୍ପାନି ସାମସଙ୍ଗ ଏହାର ନୂଆ ୫ଜି ସ୍ମାର୍ଟଫୋନ୍ Galaxy F14 5G ସ୍ମାର୍ଟଫୋନ୍‌ ଭାରତରେ ଲଞ୍ଚ କରିଛି। ଏହା କମ୍ପାନୀର ଏକ ବଜେଟ୍‌ 5G ସ୍ମାର୍ଟଫୋନ୍‌ ହେବ। Galaxy F14 5G ସ୍ମାର୍ଟଫୋନ୍‌ରେ ଗ୍ରାହକଙ୍କୁ ଅନେକ ଦମ୍‌ଦାର ଫିଚର୍ସ ରହିଛି। କହିବାକୁ ଗଲେ ଏହା ଏକ ଅଲ୍‌ ଇନ୍‌ ଓ୍ବାନ୍‌ ବଜେଟ୍‌ ୫ଜି ସ୍ମାର୍ଟଫୋନ୍‌। ସ୍ମାର୍ଟଫୋନ୍‌ରେ 6000 mAh ବ୍ୟାଟେରୀ ଏବଂ 5nm Exynos ଚିପ୍‌ସେଟ୍‌ ରହିଛି। ତେବେ ବଜେଟ୍‌ ଦାମ୍‌ରେ ଏହି ଫୋନ୍‌ କମ୍ପାନି ପାଇଁ ଗେମ୍‌ ଚେଞ୍ଜର ହୋଇପାରେ।

ଏଭଳି ରହିଛି ଫିଚର୍ସ:

Samsung Galaxy F14 5G ସ୍ମାର୍ଟଫୋନ୍‌ରେ ଗ୍ରାହକଙ୍କୁ ୬.୬ ଇଞ୍ଚର ଫୁଲ୍ ଏଚଡି+ ଡିସପ୍ଲେ ଦେଖିବାକୁ ମିଳିବ। ଯାହା ଏହି ବଜେଟ୍‌ରେ ଖୁବ୍ ଆକର୍ଷଣୀୟ। ସେହିପରି ସବୁଠୁ ଜରୁରୀ Samsung Galaxy F14 5G ସ୍ମାର୍ଟଫୋନ୍‌ରେ 5 nm Exynos 1330 ଅକ୍ଟାକୋର ଚିପ୍‌ସେଟ୍‌ ରହିଛି। ଯାହାକି ମଲ୍ଟି ଟାସ୍କିଂ ପାଇଁ ଖୁବ୍ ସହାୟକ ହେବ ଏବଂ ଅଧିକ ବ୍ୟାଟେରୀ ସମୟ ଯୋଗାଇବ। ଫୋନ୍‌ରେ ଗ୍ରାହକଙ୍କୁ ଆଣ୍ଡ୍ରଏଡ୍ ୧୩ ଦେଖିବାକୁ ମିଳିବ।

କ୍ୟାମେରା:

ଫୋନ୍‌ରେ ୫୦+୨ ମେଗା ପିକ୍ସଲର ଡୁଆଲ କ୍ୟାମେରା ସେଟଅପ୍‌ ରହିଛି। ଏହା ସହ ବିଭିନ୍ନ କ୍ୟାମେରା ମୋଡ୍ ମଧ୍ୟ ଦେଖିବାକୁ ମିଳିବ। ସେହିପରି ୧୩ ମେଗାପିକ୍ସଲର ସେଲ୍ଫି କ୍ୟାମେରା ରହିଛି।

ରାମ୍‌ ଏବଂ ବ୍ୟାଟେରୀ:

ଫୋନ୍‌କୁ ଦୁଇଟି ଭାରିଆଣ୍ଟ ୪ଜିବି ଏବଂ ୬ ଜିବି ଭାରିଆଣ୍ଟରେ ଲଞ୍ଚ କରାଯାଇଛି। ଏହା ସହ ଉଭୟ ଭାରିଆଣ୍ଟରେ ୧୨୮ ଜିବିର ଇଣ୍ଟରନାଲ ଷ୍ଟୋରେଜ୍ ମିଳିବ ଯାହାକୁ ମେମୋରୀ କାର୍ଡ ସାହାଯ୍ୟରେ ୧ ଟିବି ପର୍ଯ୍ୟନ୍ତ ବଢ଼ାଇପାରିବେ। ସେହିପରି ଫୋନ୍‌ରେ ଆପଣଙ୍କୁ ୬୦୦୦ mAh ର ବ୍ୟାଟେରୀ ରହିଛି ଯାହ 25W ର ଫାଷ୍ଟ ଚାର୍ଜିଂ ସହ ରହିଛି।

5G ସହ ରହିଛି ଅନ୍ୟାନ୍ୟ କନେକ୍ଟିଭିଟି:

ଫୋନ୍‌ରେ ୫ଜି ସହ, ଅନ୍ୟାନ୍ୟ କନେକ୍ଟିଭିଟି ଦେଖିବାକୁ ମିଳିବ। ଯଥା, ଓ୍ବାଇଫାଇ, ବ୍ଲୁଟୁଥ୍‌ ଇତ୍ୟାଦି। ଏହାସହ ଫୋନ୍‌ରେ ୩.୫୫ ଏମଏମ ଜ୍ୟାକ୍‌ ଦେଖିବାକୁ ମିଳିବ।

କଲର ଏବଂ ଦାମ୍‌:

ବ୍ଲାକ୍, ଗ୍ରୀନ ଏବଂ ପର୍ପଲ କଲର୍ ବିକଳ୍ପ ସହ ଲଞ୍ଚ କରାଯାଇଛି। ଫୋନ୍‌ର ୪ଜିବି+୧୨୮ ଜିବି ଭାରିଆଣ୍ଟର ଦାମ୍‌ 12,990 ଟଙ୍କା ରହିଥିବାବେଳେ ୬ଜିବି+୧୨୮ ଜିବି ଭାରିଆଣ୍ଟର ଦାମ୍‌ ୧୪,୪୯୦ ଟଙ୍କା ରହିଛି। ଫୋନ୍‌ ଆସନ୍ତା ମାର୍ଚ୍ଚ ୩୦ ଠାରୁ ଫ୍ଳିପ୍‌କାର୍ଟ ଏବଂ ସାମସଙ୍ଗ ଓ୍ବେବସାଇଟ୍‌ରେ ବିକ୍ରି ପାଇଁ ଉପଲବ୍ଧ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.