ମେକ୍ ଇନ ଇଣ୍ଡିଆର ସଫଳତା, ଚୀନରୁ ନୋଏଡା ସ୍ଥାନାନ୍ତର ହେଲା ସାମସଙ୍ଗର ଡିସ୍‌ପ୍ଲେ ମ୍ୟାନୁଫ୍ୟାକଚରିଂ ୟୁନିଟ୍

Published By : Prameya-News7 Bureau | June 28, 2021 IST

ନୂଆଦିଲ୍ଲୀ ୨୮/୬: ଦକ୍ଷିଣ କୋରିଆର ଇଲେକଟ୍ରୋନିକ୍ସ କମ୍ପାନୀ ସାମସଙ୍ଗ୍‌ ନିଜର ଡିସପ୍ଲେ ଉତ୍ପାଦନ କାରଖାନା ଚୀନ୍‌ରୁ ନୋଏଡକୁ ସ୍ଥାନନ୍ତର କରିଆଣିଛି । ଏବେ ନୋଏଡାରେ ତିଆରି ହେବ ସାମସଙ୍ଗ୍‌ ଫୋନ୍‌, ଲାପଟପ୍‌ ଡିସପ୍ଲେ । ୟୁନିଟ୍‌ ସ୍ଥାନାନ୍ତର ହେବା ପରେ କମ୍ପାନୀର ପ୍ରତିନିଧିମଣ୍ଡଳ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥଙ୍କୁ ସାକ୍ଷାତ ମଧ୍ୟ କରିଛନ୍ତି ।

ଦକ୍ଷିଣ କୋରିଆର କମ୍ପାନୀ ସାମସଙ୍ଗ ଅନୁସାରେ, ଭାରତରେ ଭଲ ଇଣ୍ଡଷ୍ଟ୍ରିଆଲ୍‌ ବାତାବରଣ ଏବଂ ନିବେଶକାରୀଙ୍କ ହିତରେ ହୋଇଥିବା ନୀତି ପାଇଁ ଡିସପ୍ଲେ ମ୍ୟାନୁଫ୍ୟାକଚରିଂ ୟୁନିଟକୁ ନୋଏଡା ଶିଫ୍ଟ କରାଯାଇଛି। ସେପ​‌ଟେ ସାମସଙ୍ଗ୍‌ର ଏହି ୟୁନିଟ୍‌ ସମ୍ପୂର୍ଣ୍ଣ ଭାବେ ଚୀନରୁ ନୋଏଡା ଶିଫ୍ଟ ହେବାକୁ ମେକ୍‌ ଇନ୍‌ ଇଣ୍ଡିଆର ବଡ଼ ସଫଳତା ବୋଲି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।

ଏହା ଦ୍ବାରା ଉତ୍ତରପ୍ରଦେଶର ଯୁବପୀଢ଼ିଙ୍କୁ ରାଜ୍ୟ ଭିତରେ କାର୍ଯ୍ୟ କରିବାର ସୁଯୋଗ ମିଳିବ ବୋଲି ସେ କହିଛନ୍ତି । ଏହା ସହ କମ୍ପାନୀର ପ୍ରତିନିଧିମଣ୍ଡଳକୁ ସିଏମ ଯୋଗୀ ସବୁ ପ୍ରକାର ସହାୟ‌ତା ଯୋଗାଇ ଦେବେ ବୋଲି ମଧ୍ୟ ଆଶ୍ବସନା ଦେଇଛନ୍ତି। ତେବେ ଦେଶରେ ସ୍ମାର୍ଟଫୋନ୍‌ ସେଗମେଣ୍ଟରେ ସାମସଙ୍ଗ ସାମିଲ୍‌ ଅଛି। ଏହା ସହ ଇଲେକଟ୍ରୋନିକ୍ସ ଉତ୍ପାଦ ମାମଲାରେ କମ୍ପାନୀର ବଡ଼ ଭୂମିକା ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.