୩୬ ଘଣ୍ଟା ପରେ ଆୟତ୍ତ ହେଲା ନିଆଁ, ଜଳିଗଲା ୭ କୋଟିର ସମ୍ପତ୍ତି
10/03/2023 at 9:53 AM

ପୁରୀ ୧୦/୦୩ : ଦୀର୍ଘ ୩୬ ଘଣ୍ଟାର ଅପେରସନ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛି ଅଗ୍ନିଶମ ବିଭାଗ । ଏ ନେଇ ସୂଚନା ଦେଇଛନ୍ତି ଚିଫ ଫାୟାର ଅଫିସର ରମେଶ କୁମାର ମାଝୀ । ବହୁତ ଚ୍ୟାଲେଜିଂ ଓ କଠିନ ରହିଥିଲା ନିଆଁକୁ ଆୟତ୍ତ କରିବା ପାଇଁ । ପ୍ରଥମ ପ୍ରାଥମିକତା ରହିଥିଲା ଯାତ୍ରୀମାନଙ୍କ ଜୀବନ ବଞ୍ଚେଇବା ପରେ ନିଆଁକୁ ଆୟତ୍ତ କରିବା ।
ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ୪୦ରୁ ଉର୍ଦ୍ଧ୍ୱ ଦୋକାନ ଘର ଓ ୨୮ ଟି ଗେଷ୍ଟ ରୁମ ରେ ପ୍ରାୟ ୭ କୋଟି ଟଙ୍କାର ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି । ଶ୍ରୀ ମନ୍ଦିର ନିକଟ ମରିଚ୍ଚିକୋଟ ଛକ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନି ନିରାପତ୍ତା ବ୍ୟବସ୍ତା ନଥିବାରୁ ଏତେ ବଡ଼ ଅଗ୍ନିକାଣ୍ଡ ଘଟିଥିଲା । ଆଗକୁ କିପରି ସବୁ କମ୍ପ୍ଲେକ୍ସ, ମଲ, ଅଟାଳିକା ଓ ହୋଟେଲ ମାନଙ୍କରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ଯାଞ୍ଚ କରାଯିବା ସହ ପିକେଡିଏ ପ୍ଲାନିଂ ବ୍ୟବସ୍ଥା ମଧ୍ୟ ଯାଞ୍ଚ କରାଯିବ।