୫୮ କୋଟି ଟଙ୍କା, ୩୨ କେଜି ସୁନା : ବ୍ୟବସାୟୀଙ୍କ ଘରେ ଆୟକର ଚଢଉ, ମିଳିଲା ୩୯୦ କୋଟିର ବେନାମି ସମ୍ପତ୍ତି

Published By : Prameya-News7 Bureau | August 11, 2022 IST

ନୂଆଦିଲ୍ଲୀ, ୧୧|୦୮:କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଓ ଇଡି ପରେ ଆୟକର ବିଭାଗ ବି ଆକ୍ସନ ମୋଡକୁ ଆସିଯାଇଛି । ପଶ୍ଚିମବଙ୍ଗ ପରେ ମହାରାଷ୍ଟରରେ ଆୟକର ବିଭାଗ ଚଢଉ କରିଛି । ମହାରାଷ୍ଟ୍ରର ଜାଲନାରେ ଆୟକର ବିଭାର ଜଣେ ଷ୍ଟିଲ୍ ଓ ପୋଷାକ ତଥା ରିଅଲ ଇଷ୍ଟେଟ୍ ବ୍ୟବସାୟୀଙ୍କ ଘରେ ଚଢଉ କରିଛି । ଏଥିରେ ବିପୁଳ ପରିମାଣରେ ବେଆଇନ ସମ୍ପତ୍ତି ଜବତ ହୋଇଛି । ପ୍ରାୟ ୩୯୦ କୋଟିର ବେନାମୀ ସମ୍ପତ୍ତିକୁ ଆୟକର ବିଭାଗ ଜବତ କରିଥିବା ବେଳେ ଏଥିରେ ୫୮ କୋଟି କ୍ୟାଶ ଓ ୩୨ କେଜି ସୁନା ତଥା ଅନ୍ୟ କାଗଜପତ୍ର ରହିଛି ।  

ଚଢଉ ବେଳେ ଜବତ ନଗଦ ଟଙ୍କାକୁ ଗଣିବା ପାଇଁ ବିଭାଗକୁ ୧୩ ଘଣ୍ଟା ସମୟ ଲାଗିଥିଲା । ଏହି କାର୍ଯ୍ୟାନୁଷ୍ଠାନ ଅଗଷ୍ଟ ୧ରୁ ୮ ମଧ୍ୟରେ ଚାଲିଥିଲା । ବିଭାଗର ନାସିକ କାର୍ଯ୍ୟାଳୟ ଏହି ଚଢଉ କରଥିବା ବେଳେ ୨୬୦ କର୍ମଚାରୀ ସାମିଲ ଥିଲେ । ୫ଟି ଟିମରେ ସେମାନେ ଚଢଉ କରିଥିଲେ ।

ସକାଳ ୧୧ଟାରୁ ରାତି ୧ଟା ଯାଏଁ

ଜବତ ହୋଇଥିବା ଟଙ୍କାକୁ ସ୍ଥାନୀୟ ଷ୍ଟେଟ୍ ବ୍ୟାଙ୍କ ଶାଖାରେ ଗଣାଯାଇଥିଲା । ସକାଳ ୧୧ଟାରେ ନଗଦ ଗଣତି ଆରମ୍ଭ ହୋଇଥିଲା । ରାତି ୧ଟାରେ ଗଣତି ଶେଷ ହୋଇଥିଲା । ଏହି ଟଙ୍କା ବ୍ୟବସାୟୀଙ୍କ ଫାର୍ମହାଉସ ଓ କାର୍ଯ୍ୟାଳୟରୁ ଜବତ ହୋଇଥିଲା ।

ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ବଡ କାର୍ଯ୍ୟାନୁଷ୍ଠାନ

ଏହାପୂର୍ବରୁ ଇଡି ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢଉ କରିଥିଲା । ଘରୁ ୫୦ କୋଟି ଟଙ୍କା ଜବତ ହୋଇଥିଲା । ଏହାବ୍ୟତୀତ ଅନେକ ସମ୍ପତ୍ତି ସିଜ୍ ହୋଇଥିଲା । ସେହିପରି ୟୁପିରେ ଜଣେ ବ୍ୟବସାୟୀଙ୍କ ଘରୁ ୧୯୭ ଟଙ୍କାର କ୍ୟାଶ୍ ଜବତ ହୋଇଥିଲା । ଏହାସହ ଅନ୍ୟ ସମ୍ପତ୍ତି ଜବତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.