ପାରାଦୀପରେ ଭାଙ୍ଗିଲା ଦାମଙ୍କ ଗଡ଼, ହାରିଲେ ବୋହୂ ଗୀତାଞ୍ଜଳୀ ରାଉତରାୟ, ସମ୍ପଦ ସ୍ୱାଇଁ ମାରିଲେ ବାଜି

Published By : Prameya-News7 Bureau | June 04, 2024 IST

ଭୁବନେଶ୍ୱର ୦୪।୦୬ : ଭାଙ୍ଗିଲା ଦାମଙ୍କ ଗଡ଼। ୨୦୦୯ରୁ ଜିତି ଆସୁଥିବା ପାରାଦୀପ ଆସନରେ ଏବେ ପରାଜୟର ସାମ୍ନା କରିବାକୁ ପଡିଛି ଦାମ ରାଉତରାୟଙ୍କ ପରିବାରକୁ । ଆଉ ବିଜୟୀ ହେଲେ ବିଜେପି ନେତା ସଂପଦ ଚନ୍ଦ୍ର ସ୍ୱାଇଁ । ବିଜେଡି ପ୍ରାର୍ଥୀ  ଗୀତାଞ୍ଜଳୀ ରାଉତରାୟଙ୍କୁ ୧୫ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ । 

୨୦୨୪ ବିଧାନସଭା ନିର୍ବାଚନରେ ପାରାଦୀପରେ ବିଜେଡି ଏବଂ କଂଗ୍ରେସର ନୂଆପ୍ରାର୍ଥୀ ଦେଇଥିଲେ। ବିଧାୟକ ସମ୍ବିତ ରାଉତରାୟଙ୍କ ବଦଳରେ ତାଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ସେ ତାଙ୍କ ଦିବଙ୍ଗତ ଶ୍ବଶୁର ଦାମୋଦର ରାଉତଙ୍କ ଦୁର୍ଗରେ ତାଙ୍କୁ ମନେ ପକାଇ ଚଳାଇଥିଲେ ପ୍ରଚାର। ହେଲେ ଏଥିରେ ସଫଳ ହୋଇଥିଲା ଗୀତାଞ୍ଜଳୀ ରାଉତରାୟ । ବିଜେପି ପ୍ରାର୍ଥୀ ସଂପଦ ଚନ୍ଦ୍ର ସ୍ୱାଇଁଙ୍କ ଠାରୁ ୧୫ ହଜାରରୁ ଅଧିକ ଭୋଟରେ ହାରିଛନ୍ତି ଗୀତାଞ୍ଜଳୀ । 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.