କୋଲକାତା ୧୮।୦୨- ବାପାଙ୍କ ଭଳି କିନ୍ତୁ ବାପାଙ୍କ ତୁଳନାରେ ବି ଅଧିକ ପ୍ରଦର୍ଶନ । ରାହୁଲ ଦ୍ରାବିଡଙ୍କ ଟିନ୍ ଏଜ୍ ପୁଅ ସମିତ ଦ୍ରାବିଡ ମାରିଛନ୍ତି ଡବଲ ସେଞ୍ଚୁରୀ । ବଡ କଥାଟି ହେଲା , ସମିତଙ୍କ ଏହି ଦ୍ବିଶତକ ପ୍ରଥମ ନୁହେଁ । ଦି ମାସ ହେବନି ସେ ଏକ ମ୍ୟାଚ୍ରେ ୨୦୦ରୁ ଅଧିକ ରନ୍ ସ୍କୋର କରିଥିଲେ । ଅଳ୍ପ ଦିନ ବ୍ୟବଧାନ ପରେ ସମିତ ଦ୍ରାବିଡ କରିଛନ୍ତି ରେକର୍ଡ , ୧୪ ବର୍ଷରୁ କମ୍ ବିଟିଆର ସିଲ୍ଡ ମ୍ୟାଚ୍ର ସେ ଏପରି ଦମଦାର ଶୋ ପ୍ରଦର୍ଶନ କରିଛନ୍ତି । ଅଲରାଉଣ୍ଡର ଭାବେ ଖେଳିଛନ୍ତି ।
{"id":226097,"width":575,"height":386,"sizeSlug":"large"}ମାଲ୍ୟା ଅଦିତି ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ଖେଳୁଥିବା ସମିତ ଦ୍ରାବିଡ ଶ୍ରୀ କୁମାରନ ସ୍କୁଲ ବିରୋଧରେ ଏପରି ବିରାଟ ସ୍କୋର କରି ତାଙ୍କ କ୍ରିକେଟ ପ୍ରତିଭାର ଜୋରଦାର ପ୍ରଦର୍ଶନ କରିଛନ୍ତି । ୨୦୪ ରନ୍ ସ୍କୋର କରିଥିବା ସମିତ ୩୩ଟି ବାଉଣ୍ଡାରି ମାରିଛନ୍ତି . ସମିତଙ୍କ ଏହି ରନ୍ ବଲରେ ମାଲ୍ୟା ଆଦିତି ଇଣ୍ଟରନ୍ୟାସନାଲ ୩ ୱିକେଟ୍ରେ ୩୭୭ ରନ୍ କରି ପାଳି ଘୋଷଣା କରିଥିଲା । ଜବାବରେ ସ୍ରୀ କୁମାରନ୍ ମାତ୍ର ୧୧୦ ରନ୍ କରିଥିଲା । କେବଳ ବ୍ୟାଟ ନୁହେଁ ବଲ୍ରେ ବି ସମିତ ଦ୍ରାବିଡ ଦେଖାଇଛନ୍ତି ଖେଳ । ସେ ବୋଲିଂ କରି ୨ଟି ୱିକେଟ ନେଇଛନ୍ତି । ତାଙ୍କ ସ୍କୁଲ ୨୬୭ ରନ୍ରେ ଜିତିଛି ।
{"id":226098,"width":582,"height":437,"sizeSlug":"large"}ଏହା ପୂର୍ବରୁ ସମିତ ଦ୍ରାବିଡ ରାଜ୍ୟ ସ୍ତରୀୟ ଅନ୍ୟ ଏକ ଅଣ୍ଡର ୧୪ ମ୍ୟାଚ୍ରେ ବି ଦ୍ୱିଶତକ ମାରିଥିଲେ । ଗତ ବର୍ଷ ଡିସେମ୍ବରରେ କୋଲକାତାରେ ଖେଳାଯାଇଥିବା ଭାଇସ ପ୍ରେସିଡେଣ୍ଟ ଇଲେଭେନ ବନାମ ଧରୱାଡା ଜୋନ୍ ମ୍ୟାଚ୍ରେ ୨୦୪ ରନ୍ କରିଥିଲେ ସମିତ । ସେତେବେଳେ ସେ ୨୫୬ ଟି ବଲ୍ରେ ୨୨ଟି ଚୌକା ମାରିଥିଲେ । ମ୍ୟାଚ୍ ଡ୍ର ରହିଥିଲେ ବି ସେ ବୋଲିଂ କରି ୩ ଟି ୱିକେଟ ହାସଲ କରିଥିଲେ ।
{"id":226099,"sizeSlug":"large"}ପୂର୍ବତନ ଭାରତୀୟ ଅଧିନାୟକ, ମିଷ୍ଟର ୱାଲ୍ ଭାବେ ପରିଚିତ ରାହୁଲ ଦ୍ରାବିଡ ବର୍ତ୍ତମାନ ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ଅଛନ୍ତି । ଜଣେ ପୁରା କୁଲ୍ ଏବଂ ଶୃଙ୍ଖଳିତ କ୍ରିକେଟର ଭାବେ ତାଙ୍କର ପରିଚିତି ଅଧିକ । ତାଙ୍କ ପୁଅ ସ୍କୁଲ୍ ମ୍ୟାଚ୍ରେ ଜୋରଦାର ପ୍ରଦର୍ଶନ କରିବା ନିଶ୍ଚିତ ଭାବେ ଏକ ବଡ ସମ୍ଭାବନା ସୃଷ୍ଟି କରୁଛି ।