ଏନସିବି ଅଧିକାରୀ ସମୀର ଓ୍ୱାଙ୍ଖେଡେଙ୍କ ସ୍ତ୍ରୀଙ୍କ ନାଁରେ ଅତିରଞ୍ଜିତ ଖବର, ଟ୍ୱିଟରରେ ଓ୍ୱେବସାଇଟ ଉପରେ ବର୍ଷିଲେ କ୍ରାନ୍ତି

Published By : Prameya-News7 Bureau | October 24, 2021 IST

ମୁମ୍ବାଇ, ୨୪/୧୦:  ଏନସିବି ଅଧିକାରୀ ସମୀର ଓ୍ୱାଙ୍ଖେଡେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିବା ପରେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ସେବେଠାରୁ ସମୀରଙ୍କୁ ନେଇ ଆଲୋଚନା ଜାରି ରହିଛି । ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲିକଙ୍କ ଦ୍ୱାରା ଏନସିବି ଅଧିକାରୀଙ୍କୁ ସମାଲୋଚନା କରିବା ପରେ ଏବେ ବଲିଉଡର କିଛି ଓ୍ୱେବସାଇଟ୍ ତାଙ୍କ ପରିବାର ପଛରେ ପଡିଛନ୍ତି ।

ବଲିଉଡର ଓ୍ୱେବସାଇଟ୍ କୋଇମୋଇ ସମୀରଙ୍କ ପତ୍ନୀ କ୍ରାନ୍ତି ରେଡକର ଓ୍ୱାଙ୍ଖେଡେ ଛବି ଖରାପ କରିବାକୁ ଚେଷ୍ଟା କରିଛନ୍ତି । ତେବେ ଟ୍ୱିଟରରେ ସଂପୃକ୍ତ ଓ୍ୱେବସାଇଟକୁ ମିଛ ଖବର ପାଇଁ ସମାଲୋଚନା କରିଛନ୍ତି କ୍ରାନ୍ତି ।

ସୂଚନାନୁସାରେ, କୋଇମୋଇ ଏକ ଖବର ପ୍ରକାଶ କରିଥିଲା । ଯେଉଁଥିରେ କ୍ରାନ୍ତି ଅଜୟ ଦେବଗନଙ୍କ ସହ କାମ କରିଥିବା ଓ ଆଇପିଏଲ ଫିକ୍ସିଂ ମାମଲାରେ ସଂପୃକ୍ତି ଥିବା ଶିରୋନାମା ରହିଥିଲା । ଏହାର ଜବବା ଦେଇଛନ୍ତି କ୍ରାନ୍ତି । କ୍ରାନ୍ତି କହିଛନ୍ତି ଯେ, ସେ ପୁରା ଖବର ପଢିଛନ୍ତି । କେବଳ ନ୍ୟୁଜ ପାଇଁ ଏପରି ଶିରୋନାମା କାହିଁକି ଦିଆଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏପରି କରି ସେମାନେ ତାଙ୍କର ଓ ତାଙ୍କ ସ୍ୱାମୀ ସମୀରଙ୍କ ଛବି ଖରାପ ପାଇଁ ଚାହୁଁଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି ।

wp:html /wp:html

କ୍ରାନ୍ତି ଆହୁରି ଟ୍ୱିଟ୍ କରି କହିଛନ୍ତି ଯେ, ସମସ୍ତେ କୋଇମୋଇର ରିପୋର୍ଟ ପଢନ୍ତି ନାହିଁ । ଅଧା ପଢି ତାଙ୍କୁ ଅନେକ ଟ୍ରୋଲ କରୁଛନ୍ତି । ସେ ଭାବନା ସବ ବାସ୍ତବିକତାରେ ବଞ୍ଚୁଥିବା ମଣିଷ ଅଟନ୍ତି, ଉପଭୋଗ କଲା ଭଳି ବସ୍ତୁ ନୁହେଁ । ଯଦି ସେ ଦୋଷୀ ହୋଇଥାନ୍ତେ ତେବେ ସବୁ ସହିଥାନ୍ତେ କିନ୍ତୁ ସେ ନିର୍ଦ୍ଦୋଷ ତେଣୁ ସହିପାରିବେ ନାହିଁ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, କୋଇମୋଇ ରିପୋର୍ଟରେ ଲେଖିଥିଲା ଯେ, କ୍ରାନ୍ତି ଆଇପିଏଲ ସ୍ପଟ ଫିକ୍ସିଂ ବିବାଦରେ ଛନ୍ଦି ହୋଇଥିଲେ । ଏହା ୨୦୧୩ର ଘଟଣା । ସେତେବେଳେ ଶ୍ରୀସନ୍ଥ ବି ସ୍କାନରକୁ ଆସିଥିଲେ ।ପରେ କ୍ରାନ୍ତିଙ୍କ ନାଁ ଭୁଲ ଭାବେ ବିବାଦକୁ ଆସିଥିବା ଜଣା ପଡିଥିଲା । କିନ୍ତୁ ଖବରରେ କ୍ରାନ୍ତି ଦୋଷୀ ଭଳି ଚିତ୍ରଣ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.