Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗିରଫ ହେବେ ପୂର୍ବତନ ଏନ୍‌ସିବି ଜୋନାଲ ଅଧିକାରୀ, ଗିରଫଦାରୀ ଉପରେ ରୋକ୍‌ ହଟାଇବାକୁ ଅପିଲ୍ କରିଥିଲା ସିବିଆଇ

8/06/2023 at 9:09 AM

ମୁମ୍ବାଇ ୦୮/୦୬: ମୁମ୍ବାଇର ପୂର୍ବତନ ଏନ୍‌ସିବି ଜୋନାଲ ଅଧିକାରୀ ସମୀର ୱାଙ୍ଖଡେଙ୍କୁ ସିବିଆଇ ଖୁବଶୀଘ୍ର ଗିରଫ କରିବାର ସମ୍ଭାବନା ରହିଛି । ତାଙ୍କ ଗିରଫଦାରୀ ଉପରେ ବମ୍ବେ ହାଇକୋର୍ଟ ରୋକ୍‌ ଲଗାଇଥିବା ବେଳେ ଏହାକୁ ହଟାଇବାକୁ ସିବିଆଇ ଅଦାଲତରେ ଅପିଲ କରିଛି ।

ସିବିଆଇ ଦର୍ଶାଇଛି ୱାଙ୍ଖଡେଙ୍କ ବିରୋଧରେ ସଙ୍ଗୀନ ତଥା ସମ୍ବେଦନଶୀଳ ଅଭିଯୋଗ ରହିଛି । ତେଣୁ ତାଙ୍କୁ ଗିରଫ କରିବା ଲାଗି ଅନୁମତି ଦିଆଯାଉ । ଗତ ଶୁଣାଣି ବେଳେ ହାଇକୋର୍ଟ ଜୁନ ୮ ତାରିଖ ପର୍ଯ୍ୟନ୍ତ ୱାଙ୍ଖଡେଙ୍କ ଗିରଫଦାରୀ ଉପରେ ରୋକ୍‌ ଲଗାଇଥିଲେ । ଏଥିସହ ପିଟିସନରେ ସାମିଲ ଚାଟ୍‌ ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ନ ଦେବାକୁ କୋର୍ଟ ୱାଙ୍ଖଡେଙ୍କୁ କହିଥିଲେ ।

ସିବିଆଇ ଅଭିଯୋଗ କରିଛି କି କୋର୍ଡିଲିଆ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର‌ୟନ ଖାନଙ୍କୁ ଛାଡିବା ଲାଗି ୱାଙ୍ଖଡେ ୨୫ କୋଟି ଟଙ୍କା ଦାବି କରିଥିଲେ । ଏଥିପାଇଁ ମଧ୍ୟସ୍ଥି ନିଯୁକ୍ତ କରିଥିଲେ । ସିବିଆଇ ଏହି ମାମଲାରେ ୱାଙ୍ଖଡେଙ୍କ ସମେତ ୫ ଜଣଙ୍କ ନାମରେ ମାମଲା ରୁଜୁ କରିଛି ।

ଆହୁରି ପଢନ୍ତୁ….

   Related Posts