scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କିଏ ଏହି ଭାରତୀୟ ବଂଶୋଦ୍ଭବ ସମୀର ଶାହ ? ଯାହାଙ୍କୁ BBCର ନୂଆ ଅଧ୍ୟକ୍ଷ କରିବାକୁ ଚାହୁଁଛନ୍ତି ସୁନକ ସରକାର

7/12/2023 at 10:19 PM

ନୂଆଦିଲ୍ଲୀ: ବ୍ରିଟେନ୍ ସରକାର ବିବିସିର ନୂଆ ମୁଖ୍ୟ ରୂପେ ଭାରତୀୟ ବଂଶୋଦ୍ଭବ ଡା.ସମୀର ଶାହଙ୍କ ନାଁ ଚୟନ କରିଛନ୍ତି । ୪୦ ବର୍ଷରୁ ଅଧିକ ସମୟ ଧରି ପ୍ରସାରଣ କ୍ଷେତ୍ରରେ କାମ କରିଥିବା ଭାରତୀୟ ବଂଶୋଦ୍ଭବ ଡା.ସମୀର ଶାହଙ୍କୁ ରୁଷି ସୁନକ ସରକାର ଏହି ପଦ ପାଇଁ ଚୟନ କରିଛନ୍ତି ।

୭୧ ବର୍ଷୀୟ ସମୀର ଶାହଙ୍କୁ ଟେଲିଭିଜନ ଓ ବ୍ରଡକାଷ୍ଟିଂ ସେବା ପାଇଁ ୨୦୧୯ରେ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଦ୍ୱାରା ସିବିଇରୁ ସମ୍ମାନିତ କରାଯାଇଥିଲା । ବିବିସିର ପୂର୍ବତନ ଅଧ୍ୟକ୍ଷ ଶାର୍ପଙ୍କ ସ୍ଥାନରେ ଏହି ଦାୟିତ୍ୱ ଗ୍ରହଣ କରିପାରନ୍ତି । ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ କଥାବର୍ତ୍ତା ଲିକ୍ ହେବା ପରେ ଶାର୍ପଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା ।

ପଢନ୍ତୁ: ଭାରତ ବିରୋଧୀ ଏଜେଣ୍ଡା ଚଲାଉଥିବା ଲୋକଙ୍କ ହାତରେ BBC: କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ

ଆନୁଷ୍ଠାନିକ ଭାବେ ଶାହଙ୍କ ନିଯୁକ୍ତି ପୂର୍ବରୁ ହାଉସ୍ ଅଫ୍ କମନ, ମିଡିଆ କଲଚର, ମିଡିଆ ଓ ସ୍ପୋର୍ଟ୍ସ ସିଲେକ୍ଟ କମିଟିର କ୍ରସ-ପାର୍ଟି (ସର୍ବଦଳୀୟ ସଂସଦୀୟ ଗ୍ରୁପ, ଯାହା ଆନୁଷ୍ଠାନିକ ଭାବେ ସଂସଦର ଅଂଶ ନୁହେଁ)ର ସଦସ୍ୟ ତାଙ୍କ ସହ କଥାବାର୍ତ୍ତା କରି ଆବଶ୍ୟକୀୟ ପ୍ରଶ୍ନ କରିବେ । ୟୁକେର ସଂସ୍କୃତି ମନ୍ତ୍ରୀ ଲୁସି ଫ୍ରେଜର ବୁଧବାର ନିଯୁକ୍ତି ପ୍ରକ୍ରିୟା ଅନୁସାରେ ଚୟନକୁ ସ୍ପଷ୍ଟ କରି କହିଥିଲେ, ‘ଟିଭି ପ୍ରଡକ୍ସନ ଓ ସାମ୍ୱାଦିକତାରେ ୪୦ ବର୍ଷରୁ ଅଧିକ କ୍ୟାରିୟର ଥିବା ଡ.ଶାହଙ୍କ ନିକଟରେ ବିବିସି ଅଧ୍ୟକ୍ଷ ପଦ ପାଇଁ ସବୁଠୁ ଅନୁଭବ ଅଟନ୍ତି’।

ଭାରତର ଔରଙ୍ଗାବାଦରେ ଜନ୍ମିତ ଶାହ ୧୯୬୦ରେ ଇଂଲଣ୍ଡ ଆସିଥିଲେ । ଏହା ପୂର୍ବରୁ ସେ ବିବିସିରେ ସାମୟିକ ଓ ରାଜନୀତିକ କାର୍ଯ୍ୟକ୍ରମରେ ପ୍ରମୁଖ ରୂପେ କାମ କରିଥିଲେ । ଏକ ସ୍ୱତନ୍ତ୍ର ଟେଲିଭିଜନ ଓ ରେଡିଓ ପ୍ରଡକ୍ସନ କମ୍ପାନି ଜୁନିପରର ସିଇଓ ଓ ମାଲିକ ଶାହ ୨୦୦୭ରୁ ୨୦୧୦ ଯାଏ ବିବିସିର ଅଣ-କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାମ କରିଥିଲେ ।

   Related Posts