କୋଭିଡ ଗାଇଡଲାଇନରେ ହେବ ଦଶମ ଓ ଦ୍ଵାଦଶ ପରୀକ୍ଷା

Published By : Prameya-News7 Bureau | December 26, 2022 IST

ଭୁବନେଶ୍ୱର ୨୬।୧୨: କୋଭିଡ ଗାଇଡଲାଇନ ଅନୁଯାୟୀ ହେବ ଦଶମ ଓ ଦ୍ଵାଦଶ ପରୀକ୍ଷା। ଅନ୍ୟ ଦେଶରେ କୋଭିଡ ବଢୁଥିବାରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ହେବ ପରୀକ୍ଷା। କୋଭିଡକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଭାବେ ପିଲାମାନଙ୍କୁ ମାକ୍ସ ପିନ୍ଧିବାକୁ ଓ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ସେହିପରି ଅନ୍ୟପଟେ ରାଜ୍ୟରେ କୋଭିଡ଼ ସ୍ଥିତି ଓ ଆଗାମୀ ମୁକାବିଲା ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ଅପରାହ୍ମ ୪ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ଼ ସ୍ଥିତିର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.