LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସଙ୍କଟରେ ମହାଭାରତର ଗାଥା ବହନ କରୁଥିବା କିମ୍ବଦନ୍ତୀ ପୀଠ ସମୀବୃକ୍ଷ

1/05/2018 at 11:39 AM

ମହାଭାରତର ଗାଥା ବହନ କରୁଥିବା କିମ୍ବଦନ୍ତୀ ପୀଠ ସମୀବୃକ୍ଷ ଏବେ ସଙ୍କଟରେ । କୁଶଭଦ୍ରା ନଦୀ ସମୀବୃକ୍ଷ ପାହାଡ ତଥା ମନ୍ଦିରର ପାର୍ଶ୍ବଜମି ଗୁଡିକୁ ଲୀନ କରିବାକୁ ବସିଲାଣି । ଯାହାକୁ ନେଇ ଏବେ ସଙ୍କଟରେ ରହିଛି ସମୀବୃକ୍ଷ ।

ମହାଭାରତ ସମୟରେ ପାଣ୍ଡବମାନେ କପ୍ତିପଦା ବ୍ଲକ ଅଧତ୍ନସ୍ଥ ସମୀବୃକ୍ଷ ପୀଠରେ ନିଜର ଅସ୍ତ୍ରଶସ୍ତ୍ର ଲୁଚାଇଥିଲେ । କିମ୍ବଦନ୍ତୀ ଅନୁସାରେ, ପାଣ୍ଡବମାନେ ଅଜ୍ଞାତବାସ ସମୟରେ ଏହି ସମୀବୃକ୍ଷ ଠାରେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖତ୍ବା ସହିତ ବିଭିନ୍ନ ଛଦ୍ମବେଶରେ ରହିଥିଲେ । ଯାହାକି ସମୀବୃକ୍ଷ ନାମରେ ନାମିତ । ଏବଂ ଏହା ଆକାଶକୁ ଦ୍ବାର ବୋଲି ମଧ୍ୟ କୁହାଯାଏ । ହଲେ ଏହି ସମୀବୃକ୍ଷ ଏକ ପର୍ଯୟଟନ ସ୍ଥଳୀ ହୋଇଥିବା ବଳେ ତାହା ଏବେ ସଙ୍କଟରେ ରହିଛି । କାରଣ ସମୀବୃକ୍ଷ ପାହାଡକୁ ଲାଗି ରହିଥତ୍ବା ମନ୍ଦିରର ପାର୍ଶ୍ବ ଜମି ଏବେ କୁଶଭଦ୍ରା ନଦୀ ଗର୍ଭରେ ଲୀନ ହେବାକୁ ବସିଲାଣି । ଯାହାକି ଦିନକୁ ଦିନ ସମୀବୃକ୍ଷ ପ୍ରତି ସଙ୍କଟ ବଢିବାରେ ଲାଗିଛି । ନଦୀରେ ପାଣିର ସୁଅ ଆସି କୂଳ ଖାଇ ପାଖାପାଖତ୍ ୭ ରୁ ୯ ମାଣ ମନ୍ଦିର ଜମି ନଦୀ ଗର୍ଭରେ ଲୀନ ହୋଇଗଲାଣି । କେବଳ ସେତିକି ନୁହେଁ ଦିନକୁ ଦିନ ଏହାର ପରିମାଣ ବଢିବାରେ ଲାଗିଛି । ଯାହାଫଳରେ ମନ୍ଦିରର ଚାଷ ଜମି ଯଥା ଧାନକ୍ଷେତ ମଧ୍ୟ ନଦୀ ଗର୍ଭରେ ଲୀନ ହୋଇ ସାରିଲାଣି । ହଲେ ଏଥତ୍ପ୍ରତି କାହାରି ନଜର ନାହିଁ । ଯାହାକୁ ନେଇ ଏବେ ମନ୍ଦିର କମିଟି ଏବଂ ସାଧାରଣ ଲୋକେ ଚିନ୍ତାରେ ।

ତବେ ପ୍ରଚାର ପ୍ରସାର ଅଭାବରୁ ଏହି ପୀଠ ଏକ ପ୍ରକାର ଅବହେଳିତ ହୋଇ ପଡି ରହିଥତ୍ବା ବଳେ ମକର ମେଳା ସମୟରେ ଏବଂ ବିଭିନ୍ନ ପର୍ବପର୍ବ।ଣୀରେ ଏଠାରେ ପ୍ରବଳ ଜନସମାଗମ ହୋଇଥାଏ । ହଲେ ମହାଭାରତର କିମ୍ବଦନ୍ତୀ ବହନ କରୁଥିବା ଏଭଳି ଏକ ପୀଠ ଏବେ ସଙ୍କଟରେ ଥତ୍ବା ସହିତ କୁଶଭଦ୍ରା ନଦୀର ଅଁ। ରେ ବୁଡିବାକୁ ବସିଲାଣି ।
ତବେ ସରକାରଙ୍କ ପର୍ଯୟଟନ ବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନ ଏଥତ୍ପ୍ରତି ନଜର ନ ଦେବା ନିଶ୍ଚିତ ଭାବେ ଦୁଖଦାୟକ । ଅନ୍ୟପଟେ ସମୀବୃକ୍ଷର ସୁରକ୍ଷା ନେଇ ବାରମ୍ବାର ପ୍ରଶାସନ ଠାରୁ ଆରମ୍ଭ କରି ସମସ୍ତଙ୍କ ନିକଟରେ ଦାବି କରାଯାଇଥତ୍ଲେ ସୁଦ୍ଧା କେହି ସେଥତ୍ପ୍ରତି ନଜର ଦେଉ ନାହା’ି । ତବେ କେବଳ ଦେଖତ୍ବାକୁ ବାକି ରହିଲା, ବେଳ ଥାଉ ଥାଉ ପ୍ରଶାସନର ଏହି କିମ୍ବଦନ୍ତୀ ପୀଠ ଉପରେ ନଜର ପଡୁଛି, ନା ନେଡିଗୁଡ କହୁଣୀକୁ ବୋହିଗଲା ପରେ ଚେତା ପଶୁଛି ।

Leave a Reply

   Related Posts