ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଡିସେମ୍ବର ୩୧ରେ ସରୁଛି ସମୀର ୱାଙ୍ଖଡେଙ୍କ କାର୍ଯ୍ୟକାଳ

18/12/2021 at 10:03 AM

ମୁମ୍ୱାଇ ୧୮/୧୨: ଶେଷ ହେଉଛି ମୁମ୍ୱାଇ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ କାର୍ଯ୍ୟକାଳ । ଶୁକ୍ରବାର ଦିନ ଏନେଇ ସୂଚନା ଦିଆଯାଇଛି । ଡିସେମ୍ବର ୩୧ରେ ଶେଷ ହେବ କାର୍ଯ୍ୟକାଳ । ତେବେ ସେ ନିଜର କାର୍ଯ୍ୟକାଳ ବଢାଇନାହାଁନ୍ତି । ସୂଚନା ଥାଉକି, ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ୯୬ ଜଣଙ୍କୁ ଗିରଫ କରିଥିଲେ । ଅଗଷ୍ଟ-ଡିସେମ୍ବର ୨୦ ମଧ୍ୟରେ ମୋଟ ୨୮ ଟି ମାମଲା ରୁଜୁ କରିଥିଲେ ।

୨୦୨୧ମସିହାରେ ୨୩୪ ଜଣଙ୍କୁ ଗିରଫ କରିଥିଲେ ଓ ୧୧୭ଟି ମାମଲା ପଞ୍ଜୀକୃତ କରିଥିଲେ । ୨୦୦୮ ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା ଅଧିକାରୀ ସମୀର ୱାଙ୍ଖଡେ ସେପ୍ଟେମ୍ବର ୨୦୨୦ରୁ ଏନସିବିରେ ଡେପୁଟେସନରେ ଥିଲେ । ବର୍ତ୍ତମାନ ଡ୍ରଗ୍ସ ବିରୋଧୀ ଏଜେନ୍ସିର ମୁମ୍ବାଇର ଜୋନାଲ ନିର୍ଦ୍ଦେଶକ ଅଛନ୍ତି । ସେ ଏହାପୂର୍ବରୁ ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ (DRI) ରେ ପୋଷ୍ଟରେ ଥିଲେ ।

ଏନସିବିର ଜୋନାଲ ନିର୍ଦ୍ଦେଶକ ଭାବେ ସମୀର ୱାଙ୍ଖଡେଙ୍କ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡ ସେଲିବ୍ରିଟିଙ୍କ ସହ ଜଡିତ ଥିବା ଡ୍ରଗ୍ ସିଣ୍ଡିକେଟ୍ ଉପରେ କଟକଣା ଜାରି କରିଥିଲେ । ଚଳିତ ବର୍ଷ ଅକ୍ଟୋବରରେ ୱାଙ୍ଖଡେଙ୍କ ନେତୃତ୍ୱରେ ଏକ ଟିମ୍ ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଉପରେ ଚଢାଉ କରିବା ଡ୍ରଗ୍ସ ଉଦ୍ଧାର କରିଥିବା ବେଳେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିଥିଲେ ।

କିନ୍ତୁ ପରେ ଏହି ଚଢାଉରେ ଏନସିବି ଦ୍ୱାରା ବ୍ୟବହୃତ ସାକ୍ଷୀଙ୍କ ବୟାନ ନେଇ ଉଠିଥିଲା ପ୍ରଶ । ଶାହରୁଖ ଖାନଙ୍କଠାରୁ ଟଙ୍କା ନେବା ପାଇଁ ଏନସିବି ଅଧିକାରୀଙ୍କ ଉଦ୍ୟମ ମଧ୍ୟ ହୋଇଥିବା ଅଭିଯୋଗ ହୋଇଥିଲା । ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ୱାଙ୍ଖଡେଙ୍କ ଉପରେ ଆକ୍ରମଣ କରି ଅଭିଯୋଗ କରିଥିଲେ ଯେ ସେ ଜଣେ ମୁସଲମାନ ଜନ୍ମ ହୋଇ ମଧ୍ୟ ଜାଲ୍ ଜାତି ପ୍ରମାଣପତ୍ର ପାଇବା ପରେ ଅନୁସୂଚିତ ଜାତି କୋଟାରେ ଚାକିରି ପାଇଛନ୍ତି ।

ତେବେ ସମୀର ଏହି ଅଭିଯୋଗକୁ ଅସ୍ୱୀକାର କରିଥିଲେ । ତାଙ୍କ ପିତା ଏନସିପି ନେତା ମଲ୍ଲିକଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି । ଏନସିବିରେ ତାଙ୍କର ଡେପୁଟେସନ ଶେଷ ହେବା ପରେ ତାଙ୍କୁ କେଉଁଠାରେ ପୋଷ୍ଟିଂ ମିଳିବ ସେନେଇ ସ୍ପଷ୍ଟ ସୂଚନା ନାହିଁ ।

   Related Posts