oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଆଉ ବଢିବ ନାହିଁ ସମୀର ୱାନଖେଡେଙ୍କ କାର୍ଯ୍ୟକାଳ: ଏନସିବିରୁ ହେଲେ ବଦଳି, ମିଳିଲା ନୂତନ ଦାୟିତ୍ଵ

3/01/2022 at 5:46 PM

ନୂଆଦିଲ୍ଲୀ ୦୩/୦୧ : ଏନସିବି ନିଜର ମୁମ୍ବାଇ ଜୋନାଲ ଚିଫ ସମୀର ୱାନଖେଡେଙ୍କୁ ତାଙ୍କ ହୋମ କ୍ୟାଡର ପଠାଇ ଦେଇଛି। ସମୀର ୱାନଖେଡେ ଗତ ବର୍ଷ କ୍ରୁଜ ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ୨୦୨୦ ଅଗଷ୍ଟରେ ତାଙ୍କୁ ଏନସିବିର ମୁମ୍ବାଇ ଜୋନର ଜୋନାଲ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିଲା। ଏନସିବିରେ ତାଙ୍କର କାର୍ଯ୍ୟକାଳ ୨୦୨୧ ଅଗଷ୍ଟ ଯାଏଁ ଥିଲା। ତାଙ୍କୁ ୪ ମାସର ଏକ୍ସଟେନ୍ସନ ଦିଆଯାଇଥିଲା ଯାହା ଡିସେମ୍ବର ୩୧ ରେ ଶେଷ ହୋଇଯାଇଛି। ଏହାପରେ ତାଙ୍କୁ ପୁଣି ହୋମ କ୍ୟାଡର କଷ୍ଟମ ବିଭାଗକୁ ପଠାଇ ଦିଆଯାଇଛି।

ସମୀର ୱାନଖେଡେ ଯେଉଁସବୁ ମାମଲାର ଯାଞ୍ଚରେ ସାମିଲ ଥିଲେ ସେଥିରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଡ୍ରଗ୍ସ ସିଣ୍ଡିକେଟର ଖୁଲାସା ମଧ୍ୟ ସାମିଲ ଥିଲା। ତାଙ୍କ କାର୍ଯ୍ୟକାଳ ସମୟରେ ରିୟା ଚକ୍ରବର୍ତ୍ତୀଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କଳାକାରଙ୍କୁ ଏନସିବି ଗିରଫ କରିଥିଲା ଓ ପଚରାଉଚୁରା କରିଥିଲା। ଗତ ବର୍ଷ ଅକ୍ଟୋବରରେ ତାଙ୍କ ଟିମ ମୁମ୍ବାଇ କ୍ରୁଜ ପାର୍ଟିରୁ ଡ୍ରଗ୍ସ ଜବତ କରିଥିଲା ଓ ଆର୍ଯ୍ୟନ ଖାନଙ୍କ ସମେତ ଅନ୍ୟମାନଙ୍କୁ ଗିରଫ କରିଥିଲା। ଏନସିବିର ବରିଷ୍ଠ ଅଧିକାରୀଙ୍କୁ ଦୁର୍ନୀତି, ଅସାଧାରଣ ଜୀବନଶୈଳୀ ଓ ଜାତି ପ୍ରମାଣପତ୍ର ଠକେଇ ସହ ଅନେକ ଆରୋପ ସାମ୍ନା କରିବାକୁ ପଡିଥିଲା।

ସମୀର ୱାନଖେଡେ ୨୦୦୮ ବ୍ୟାଚ ଭାରତୀୟ ରାଜସ୍ବ ସେବା (ଆଇଆରଏସ) ଅଧିକାରୀ। ସେ ସେବା ନିବୃତ ମହାରାଷ୍ଟ୍ର ପୋଲିସ ଅଧିକାରୀ ଜ୍ଞାନଦେବ ୱାନଖେଡେଙ୍କ ପୁଅ। ସମୀର ୱାନଖେଡେ ସେବା ବିସ୍ତାର ପାଇଁ ଦାବି କରିନଥିଲେ। ସେପ୍ଟେମ୍ବରରେ ୪ ମାସ ତାଙ୍କର ସେବା ବିସ୍ତାର କରାଯାଇଥିଲା।

ଏନସିବିରେ କାର୍ଯ୍ୟ କରିବା ପୂର୍ବରୁ ସେ ଏୟାର ଇଣ୍ଟଲିଜେନ୍ସ ୟୁନିଟ (ଏଆଇୟୁ)ର ଡେପୁଟି କମିଶନର ଓ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ)ର ଅତିରିକ୍ତ ଏସପି ଥିଲେ। ପରେ ସେ ସୀମା ଶୁଳ୍କର ସହାୟକ ଆୟୁକ୍ତ ଭାବେ ନିଯୁକ୍ତ ହୋଇଥିଲେ ଓ ମୁମ୍ବାଇ ବିମାନବନ୍ଦରରେ ନିୟୋଜିତ ହୋଇଥିଲେ। ମୁମ୍ବାଇ ଏୟାର ଇଣ୍ଟଲିଜେନ୍ସ ୟୁନିଟ ସହ କାମ କଲାବେଳେ ସେ ଅନେକ ହସ୍ତୀଙ୍କୁ ଧରିଥିଲେ ଯେଉଁମାନେ ସୀମା ଶୁଳ୍କରୁ ବଞ୍ଚିବାକୁ ଚେଷ୍ଟା କରୁଥିଲେ। ୨୦୨୦ ଅଗଷ୍ଟରେ ସୁଶାନ୍ତ ସିଂହ ରାଜପୁତ ଡ୍ରଗ୍ସ ମାମଲାର ଯାଞ୍ଚରେ ସେ ୩୩ରୁ ଅଧିକ ଜଣଙ୍କୁ ଗିରଫ କରିଥିଲେ। ତାଙ୍କ କାମର ଉତ୍କୃଷ୍ଟତା ଯୋଗୁଁ ୨୦୨୧ ରେ ତାଙ୍କୁ ‘ଗୃହ ମନ୍ତ୍ରୀ ପଦକ’ରେ ସମ୍ମାନିତ କରାଯାଇଥିଲା।

   Related Posts