AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୋପ ବ୍ଲକରେ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ଶିକ୍ଷା ମନ୍ତ୍ରୀ, ବନ୍ୟାର ସମ୍ପୂର୍ଣ୍ଣ ମୁକାବିଲା ପାଇଁ ପ୍ରଶାସନ ସଜାଗ

16/08/2022 at 4:15 PM

କୋଣାର୍କ, ୧୬/୦୮: ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଗୋପ ବ୍ଲକରେ ଗଣଶିକ୍ଷା ମନ୍ତ୍ରୀ ବିଭିର୍ଣ୍ଣ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ l ଏହି ବୈଠକରେ ସ୍ୱାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ୍‌, ଶୁଖିଲା ରନ୍ଧା ଖାଦ୍ୟ ଏବଂ ଗମନାଗମନ ପାଇଁ କିପରି ଡ଼ଙ୍ଗା ଯୋଗାଇ ଦିଆଯିବ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ l ପରେ ମନ୍ତ୍ରୀ କୁଶଭଦ୍ରା ନଦୀ ତିନିମୁହାଣ ଠାରେ ବନ୍ୟାର ସ୍ଥିତି ଦେଖିଥିଲେ l

ଏପଟେ ଅଧିକ ବନ୍ୟା ହେଲେ ଧନୁଆ ନଦୀ ବନ୍ୟା ପାଣି ଗୋପ ବ୍ଲକର ପ୍ରାୟ ପାଞ୍ଚ ଗୋଟି ପଞ୍ଚାୟତ ତଥା ନୂଆଖଲମର, ଅଣ୍ଢରା ଇଚ୍ଛାପୁର, ଗଣେଶ୍ୱରପୁର, ଡ଼ଭାର ଓ ରାହାଗରଡା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି l ବନ୍ୟାର ସମସ୍ତ ପରିସ୍ଥିତି ଉପରେ ପ୍ରଶାସନର ନଜର ରହିଛି । ଗୋପ ବ୍ଲକରେ ୨୦୦ କୁଇଣ୍ଟାଲ ଚୁଡା, ୨୦ କୁଇଣ୍ଟାଲ ଗୁଡ, କିରୋସିନ, ପଲିଥିନ, ସଫିସେଣ୍ଟ ମେସିସିନ, ଦଶହଜାର ପାଣି ବୋତଲ ଏବଂ ଅନ୍ୟାନ ଆମଗ୍ରୀ ସହିତ ବନ୍ୟା ଅଞ୍ଚଳ ପାଇଁ ବର୍ତ୍ତମାନ ୧୦ ଗୋଟି ଡ଼ଙ୍ଗା ଆମ ପାଖରେ ମହଜୁଦ ରଖିଛୁ ଏବଂ ଆମେ ବନ୍ୟାର ସମ୍ପୂର୍ଣ୍ଣ ମୁକାବିଲା ପାଇଁ ଆମେ ସଜାଗ ରହିଛୁ ବୋଲି ମନ୍ତ୍ରୀ କହିଛନ୍ତି l

   Related Posts