ସମଲିଙ୍ଗୀ ବିବାହ ମାମଲା; ୫ଜଣିଆ ସାମ୍ବିଧାନିକ ପୀଠ କରିବେ ବିଚାର
13/03/2023 at 5:56 PM

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହ ଆଇନ ସ୍ବୀକୃତି ନେଇ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରିବେ । ୫ଜଣିଆ ଖଣ୍ଡପୀଠ ଆସନ୍ତା ଏପ୍ରିଲ ୧୮ ତାରିଖରେ ମାମଲାର ଶୁଣାଣି କରିବେ । ଏହା ପୂର୍ବରୁ କେନ୍ଦ୍ର ସରକାର ରବିବାର ଏହି ମାମଲାରେ ସତ୍ୟପାଠ ଦାଖଲ କରିଛନ୍ତି । ସତ୍ୟପାଠରେ ସରକାର ମଞ୍ଜୁରୀ ପ୍ରଦାନକୁ ବିରୋଧ କରିଛନ୍ତି । ପରିବାରର ଅର୍ଥ ମହିଳା, ପୁରୁଷ ଓ ସନ୍ତାନ । ସମଲିଙ୍ଗୀ ବିବାହକୁ ମଞ୍ଜୁରୀ ପ୍ରଦାନ ନେଇ ସର୍ବୋଚ୍ଚ ଅଦାଲତରେ ଆବେଦନ ହୋଇଛି ।
ମୁଖ୍ୟ ବିଚାରପତିଙ୍କ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ମାମଲାର ବିଚାର ପାଇଁ ୫ଜଣିଆ ସମ୍ବିଧାନିକ ଖଣ୍ଡପୀଠଙ୍କୁ ସୁପାରିସ୍ କରିଛନ୍ତି । କେନ୍ଦ୍ର ସରକାରଙ୍କ ସତ୍ୟପାଠରେ ତିନି ସପ୍ତାହରେ ଆବେଦନକାରୀଙ୍କୁ ଜବାବ ରଖିବାକୁ କୁହାଯାଇଛି । ଏହି ମାମଲାର ଶୁଣାଣି ବେଳେ ସିଧାପ୍ରସାରଣ ହେବ । ଅନ୍ୟପଟେ କେନ୍ଦ୍ର ସରକାର ଏହାକୁ ବିରୋଧ କରି କହିଛନ୍ତି, ଏହା ଭାରତୀୟ ସଂସ୍କୃତିର ଅନୁରୂପ ନୁହେଁ ।
ସିଲସିଟେର ଜେନେରାଲ ତୁଷାର ମେହେଟା କହିଛନ୍ତି, ଭାରତୀୟ ବୈଧାନିକ ଏବଂ ବ୍ୟକ୍ତିଗତ ଆଇନ ଶାସନ ବ୍ୟବସ୍ଥାରେ ବିବାହ କେବଳ ପୁରୁଷ ଓ ମହିଳାଙ୍କ ମଧ୍ୟରେ ହୋଇଥାଏ । ସମଲିଙ୍ଗୀ ବିବାହ ଉପରେ କେହି ହସ୍ତକ୍ଷେପ କଲେ ଏହା ବ୍ୟକ୍ତିଗତ ଆଇନ, ସ୍ବୀକୃତି ଓ ସାମାଜିକ ମୂଲ୍ୟବୋଧ ନଷ୍ଟ । ବାକ୍ ସ୍ବାଧୀନତା ଓ ପସନ୍ଦ କରିବା ଅଧିକାର ପୂର୍ବରୁ ସ୍ବୀକୃତି ମିଳିଛି । ଏହି ଅଧିକାର ଉପରେ କେହି ହସ୍ତକ୍ଷେପ କରିବା ଠିକ୍ ନୁହେଁ । ସମଲିଙ୍ଗୀ ବିବାହକୁ ସ୍ବୀକୃତି ମିଳିଲେ, ଏହା ଉପରେ ଅନେକ ପ୍ରଶ୍ନ ଉଠିବ ବୋଲି ତୁଷାର ମେହେଟା କହିଛନ୍ତି ।