କାନ୍ସରେ ଝଟକିଲା ପଶ୍ଚିମ ଓଡ଼ିଶାର ଐତିହ୍ୟ, ରେଡ କାର୍ପେଟରେ ସମ୍ବଲପୁରୀ ପୋଷାକ ପିନ୍ଧି ଚାଲିଲେ ଓଡ଼ିଆ ଦମ୍ପତ୍ତି

Published By : Prameya-News7 Bureau | May 21, 2022 IST

ନୂଆଦିଲ୍ଲୀ ୨୧/୦୫: ୭୫ତମ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଚମକିଲା ସମ୍ବଲପୁରୀ । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରଯୋଜକ ତଥା ପୃଷ୍ଠପୋଷକ ଟିଟିଲାଗଡ଼ର ପୁଅ ଜିତେନ୍ଦ୍ର ମିଶ୍ର ଓ ପତ୍ନୀ ଡୋନା ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଫେଷ୍ଟିଭାଲ୍‌ରେ ରେଡ୍‌ କାର୍ପେଟ୍‌ରେ ଚାଲିଥିଲେ ।

wp:html /wp:html

ଜିତେନ୍ଦ୍ର ନିଜେ ଏହି ବିଶେଷ ଉତ୍ସବ ପାଇଁ ସମ୍ବଲପୁରୀ ରେଶମ ପୋଷାକର ପରିକଳ୍ପନା କରିଥିଲେ । କାନ୍‌ ରେଡ୍‌ କାର୍ପେଟ୍‌କୁ ଏକ ଉଚ୍ଚ ସ୍ତରୀୟ ଗ୍ଲାମରସ୍‌ ପର୍ଯ୍ୟାୟ ଭାବରେ ବିବେଚନା କରାଯାଏ । ଯାହା ଉପରେ ସମଗ୍ର ବିଶ୍ୱର ନଜର ଥାଏ । ଏତେ ବଡ଼ ଉତ୍ସବରେ ସମ୍ବଲପୁରୀ ବୟନ କଳାର ସୌନ୍ଦର୍ଯ୍ୟକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବାର ଏହା ଏକ ବିରଳ ସୁଯୋଗ ଥିଲା ।

wp:gallery {"linkTo":"none"} /wp:gallery

ସେଠାରେ ଉପସ୍ଥିତ ଦର୍ଶକ ପୋଷାକର ଡିଜାଇନ୍‌ ଓ ପ୍ରସ୍ତୁତି ପ୍ରଶଂସା କରିଥିଲେ । ଏ ଅବସରରେ ଜିତେନ୍ଦ୍ର କହିଛନ୍ତି, ଉଭୟେ ସମ୍ବଲପୁରୀ ପୋଷାକ ପିନ୍ଧି ବହୁତ ଖୁସି ଓ ଗର୍ବିତ । ଏହା ପୂର୍ବରୁ ୨୦୧୯ରେ ମୁଁ କାନ୍‌ ରେଡ୍‌ କାର୍ପେଟ୍‌ରେ ଏକ ସମ୍ବଲପୁରୀ ଜ୍ୟାକେଟ୍‌ ପିନ୍ଧି ଚାଲିଥିଲି ବୋଲି ଜିତେନ୍ଦ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.