ଦେବାଶିଷ ସାମନ୍ତାରାୟଙ୍କୁ ମୁଁ କିଛି କହିନଥିଲି, ସେ କାହିଁକି ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି- ସମ୍ବିତ ରାଉତରାୟ

Published By : Prameya-News7 Bureau | July 09, 2024 IST

ଭୁବନେଶ୍ୱର ୦୯।୦୭ : ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଲେ ସମ୍ବିତ ରାଉତରାୟ । ଲୋକେ ତାଙ୍କ ପରିବାରକୁ ପ୍ରତ୍ୟାଖ୍ୟାନ କରିଥିବା ଉକ୍ତିର ଜବାବ ରଖିଛନ୍ତି ସମ୍ବିତ ରାଉତରାୟ। ଦେବାଶିଷ ସାମନ୍ତାରାୟଙ୍କୁ ମୁଁ କିଛି କହିନଥିଲି , କିନ୍ତୁ ସେ କାହିଁକି ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୯ରେ ମୁଁ ୭୦ ହଜାର ଭୋଟ ପାଇଥିଲି । ଆଉ ୨୦୨୪ରେ ବି ୭୦ ହଜାର ଭୋଟ ମିଳିଛି। କଂଗ୍ରେସ ଗତ ନିର୍ବାଚନରେ ୪୮ ହଜାର ଭୋଟ ପାଇଥିବା ବେଳେ ଏଥର ମାତ୍ର ୮ ହଜାର ଭୋଟ ପାଇଛି। ଲୋକେ ଆମକୁ କେମିତି ପ୍ରତ୍ୟାଖ୍ୟାନ ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ।

ସେହିପରି ୨୦୧୯ରେ ବିଜେଡ଼ିର ଅନେକ ଅନାମଧେୟ ନେତା ଜିତିଥିବା ବେଳେ ବିଜେଡି ଗଡରେ ହାରିଲେ ଦେବାଶିଷ। ୨୦୨୪ରେ ତାଙ୍କ ଜିଲ୍ଲା ସଭାପତି ସମୟରେ ବିଜେଡି ତୃତୀୟ ସ୍ଥାନରେ ରହିଲା। ଦେବାଶିଷ ସାମନ୍ତରାୟଙ୍କ ଲୋକ ମୋ ବିରୁଦ୍ଧରେ ଖୋଲାଖୋଲି ୨୪ ନିର୍ବାଚନରେ ପ୍ରଚାର କରିଲେ । ମୁଁ ସେ କଥା ମଧ୍ୟ ତାଙ୍କୁ ଜଣାଇଛି। କିନ୍ତୁ କୌଣସି ପଦକ୍ଷେପ ନେଲେ ନାହିଁ। ମୁଁ କହିଥିଲି କି ଢୋଲ ଭିତରେ ମୂଷା। ଦେବାଶିଷ ସାମନ୍ତାରାୟଙ୍କୁ କିଛି କହିନଥିଲି କିନ୍ତୁ ସେ କାହିଁକି ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.