ଭୁବନେଶ୍ବର୨୩|୧: ପ୍ରିୟଙ୍କା ଗାନ୍ଧୀ କଂଗ୍ରେସର ସକ୍ରିୟ ରାଜନୀତିକୁ ଆସିବା ନେଇ ପ୍ରତିକ୍ରୀୟା ରଖିଛନ୍ତି ବିଜେପିର ମୁଖପାତ୍ର ସଂବିତ ପାତ୍ର । ସଂବିତ କହିଛନ୍ତି ଯେ, ଏହା ହେଉଛି ପରିବାର ବାଦର ରାଜ୍ୟାଭିଷେକ । ଦଳକୁ ବିଜେପି ପରିବାର ବୋଲି ବିବେଚନା କରୁଥିବାବେଲେ କଂଗ୍ରେସ କିନ୍ତୁ ପରିବାରକୁ ଦଳ ବୋଲି ବିବେଚନା କରୁଥିବା ସ୍ପଷ୍ଟ ହୋଇଛି । ପ୍ରିୟଙ୍କାଙ୍କୁ ରାଜନୀତିକୁ ଆଣିବା ରାହୁଲଗାନ୍ଧୀଙ୍କ ଅପାରଗତାର ସାର୍ବଜନିକ ଘୋଷଣା ବୋଲି ମଧ୍ୟ ସମ୍ବିତ କଟାକ୍ଷ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗୁଲାମ ନବୀ ଆଜାଦଙ୍କୁ ୟୁପି ପ୍ରଭାରୀ ଦାୟିତ୍ବରୁ ହଟାଇ ପ୍ରିୟଙ୍କା ଗାନ୍ଧୀଙ୍କୁ ୟୁପି ପୂର୍ବାଞ୍ଚଳ ପ୍ରଭାରୀ ଦାୟିତ୍ବ ଦିଆଯାଇଛି । ସେହିଭଳି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ୟୁପି ପଶ୍ଚିମାଞ୍ଚଳ ଦାୟିତ୍ବ ଦିଆଯାଇଛି ।