ନୂଆଦିଲ୍ଲୀ ୨୧/୦୫: ଉପବାସ କରିବେ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ୍ ପାତ୍ର । ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିତ ବୟାନ ପରେ ଭୁଲ ସ୍ୱୀକାର କରିଛନ୍ତି ସମ୍ୱିତ । କ୍ଷମାପ୍ରାର୍ଥନା କରିବା ସହ ସେ କହିଛନ୍ତି ମୋ ଭୁଲର ପ୍ରାୟଶ୍ଚିତ ପାଇଁ ମୁଁ ୩ ଦିନ ଉପବାସ କରିବି ।
ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ପରେ ସଫେଇ ରଖିଛନ୍ତି ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସମ୍ବିତ ପାତ୍ର କହିଛନ୍ତି, ଭୁଲ ବଶତଃ ମୋ ପାଟିରେ ପଶିଯାଇଥିଲା ।
आज महाप्रभु श्री जगन्नाथ जी को लेकर मुझसे जो भूल हुई है, उस विषय को लेकर मेरा अंतर्मन अत्यंत पीड़ित है।
— Sambit Patra (Modi Ka Parivar) (@sambitswaraj) May 20, 2024
मैं महाप्रभु श्री जगन्नाथ जी के चरणों में शीश झुकाकर क्षमा याचना करता हूँ। अपने इस भूल सुधार और पश्चाताप के लिए अगले 3 दिन मैं उपवास पर रहूँगा।
जय जगन्नाथ। 🙏
ଆଜି ଶ୍ରୀ… pic.twitter.com/rKavOxMjIq
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦୀ ବୋଲି କହିବା ବଦଳରେ ମୋଦୀଙ୍କ ଭକ୍ତ ଜଗନ୍ନାଥ ବୋଲି ଉଚ୍ଚାରଣ କରିଥିଲେ । ଏହାକୁ ନେଇ ରାଜନୀତି କରିବା ଅନୁଚିତ୍ ବୋଲି ସ୍ପଷ୍ଟ କରିଛନ୍ତି ସମ୍ବିତ ପାତ୍ର । ସେ ଆହୁରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ସମୟରେ ପୁରୀ ବଡଦାଣ୍ଡରେ ଜନଗହଳି ଥିଲା । ସେହି ସମୟରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେବା ବେଳେ ଭୁଲରେ ଏଭଳି କହିଦେଇଥିଲି ।
ସେପଟେ ସମ୍ବିତ୍ଙ୍କ ଭାଇରାଲ୍ ଭିଡିଓ କ୍ଲିପ୍ ଉପରେ ପ୍ରତିକ୍ରିୟା ପ୍ରକାଶ ରଖିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । "ମହାପ୍ରଭୂ ଶ୍ରୀ ଜଗନ୍ନାଥ ହେଉଛନ୍ତି ବ୍ରହ୍ମାଣ୍ଡର ପ୍ରଭୁ । ମହାପ୍ରଭୂଙ୍କୁ ଅନ୍ୟ ଜଣେ ମଣିଷର ଭକ୍ତ ବୋଲି କହିବା ଭଗବାନଙ୍କ ପ୍ରତି ଅପମାନ। ଏହା ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି। ବିଶ୍ୱ ଭକ୍ତ ଓ ଓଡିଆ ଲୋକଙ୍କ ବିଶ୍ୱାସ ଅପମାନିତ ହୋଇଛି ।