ସମ୍ଭଲ ୦୪/୧୨: ସମ୍ଭଲ ଯାଉଥିଲେ ରାହୁଲ ଗାନ୍ଧି -ପ୍ରିୟଙ୍କା ଗାନ୍ଧି । ହେଲେ ଗାଜିପୁର ଫ୍ଲାଏଓଭରରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକାଇଲା ପୋଲିସ୍ । ବୁଧବାର ସମ୍ଭଲ ଯିବା ରାସ୍ତାରେ ରାହୁଲ ଗାନ୍ଧୀଙ୍କୁ ଅଧାରେ ଅଟକାଇଛି ପ୍ରଶାସନ । ତେବେ ପ୍ରଶାସନର କହିବା କଥା, ତାଙ୍କୁ ଆଗକୁ ଯିବାରୁ ଅନୁମତି ନାହିଁ । ଯାହାକୁ ନେଇ ପୋଲିସ୍ ଏବଂ କଂଗ୍ରେସ କର୍ମୀ ମୁହାଁମୁହିଁ ହେଇଛନ୍ତି ।
ସମ୍ଭଲ ଜିଲ୍ଲା ପ୍ରଶାସନ ଏହା ପୂର୍ବରୁ ଚିଠି ଲେଖି ନିଜ ନିକଟସ୍ଥ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲା, ସୀମାରେ ହିଁ ରାହୁଲ ଗାନ୍ଧୀଙ୍କୁ ଅଟକାଇବାକୁ ଅନୁରୋଧ କରିଥିଲା ସମ୍ଭଲ ଜିଲ୍ଲା ପ୍ରଶାସନ । ହେଲେ ଏହାପରେ ବି ରାହୁଲ ଗାନ୍ଧୀ ଆଜି ସମ୍ଭଲ ଯିବା ରାସ୍ତାରେ ଅଧା ବାଟରେ ଅଟକାଇଛି ପୋଲିସ୍ ।
ବର୍ତ୍ତମାନ ସମୟରେ ପୋଲିସ୍ ବ୍ୟାରିକେଡ୍ ଲଗାଇବା ସହ, ଗାଜିପୁର ଫ୍ଲାଏଓଭର ଉପରେ ପ୍ରବଳ ଟ୍ରାଫିକ୍ ଜାମ୍ ହେଇଛି । ବିପୁଳ ପରିମାଣରେ ପୋଲିସ୍ ସେଠାରେ ନିଯୁକ୍ତ ହେଇଛନ୍ତି । ଜାଣିରଖିବା ଉଚିତ୍ ଯେ, ଆଜି ଉତ୍ତର ପ୍ରଦେଶର ସମ୍ଭଲ ସ୍ଥିତ ଶାହି ଜାମା ମସଜିଦ୍ ସର୍ଭେ ବେଳେ ହୋଇଥିବା ହିଂସାକାଣ୍ଡ ପରେ ଉତ୍ତେଜନା ପ୍ରକାଶ ପାଉଛି।
ସେପଟେ ଅଧା ବାଟରେ ରାହୁଲଙ୍କୁ ଅଟକାଇବାବେଳେ ଭଡକାଇଥିଲେ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ଏମିତିକି ଭଉଣୀ ପ୍ରିୟଙ୍କା ଗାନ୍ଧି ବି ଙ୍କୁ ଅଟକାଯାଇଥିଲା । ତେବେ ବହୁତ ଭଡକିଥିଲେ ରାହୁଲ । କହିଲେ ମୋତେ ନଛାଡିଲେ ମୁଁ ଯେନତେନ ପ୍ରକାର ଯିବ । ମୋ ଗାଡିରେ ନଗଲେ ବି ଅନ୍ୟ କାହା ଗାଡିରେ ଯାଇପାରିବି ।
ସୂଚନା ଥାଉକି, ସମ୍ଭଲ ଯାଇ ପୀଡ଼ିତଙ୍କ ପରିବାରକୁ ଭେଟିପାରନ୍ତି ବୋଲି ସୂଚନା ମିଳିଥିଲା, ତେବେ ଜିଲ୍ଲା ପ୍ରଶାସନ ରାହୁଲଙ୍କୁ ସମ୍ଭଲ ଆସବାକୁ ଅନୁମତି ପ୍ରଦାନ କରୁନାହିଁ । ରାହୁଲ ଗାନ୍ଧୀ ସମ୍ଭଲରେ ଆସିବାର ଖବର ପାଇବା ପରେ ଡିଏମ୍ ରାଜେନ୍ଦ୍ର ପେସିଆ ଗାଜିଆବାଦ ପୋଲିସ କମିଶନର, ଏସପି ଏବଂ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ସେ ଗାଜିଆବାଦ ଅମରୋହା ଏବଂ ଏହାର ଆଖପାଖ ଅଞ୍ଚଳରେ ସୀମାକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।