ଆଠଗଡ ୧୪।୬: ଗାଁ ଭିତରକୁ ପଶିଆସିଲା ସମ୍ବର । ଆଠଗଡ ନରସିଂହପୁର ପୂର୍ବ ବନାଞ୍ଚଳ ଅନ୍ତର୍ଗତ ପାଞ୍ଚଗୋଛିଆ ଗ୍ରାମ ଭିତରକୁ ପଶିଆସିଛି ସମ୍ବର । ଗାଁ ଭିତରେ ସମ୍ବରଟିକୁ କୁକୁର ଆକ୍ରମଣ କରିବାକୁ ଗୋଡାଉଥିବା ଦେଖିବାକୁ ମିଳିଥିଲା । ସେହି ସମୟରେ ଗ୍ରାମବାସୀ ଏବଂ ବନ କର୍ମଚାରୀ କୁକୁର କବଳରୁ ସମ୍ବରଟିକୁ ଉଦ୍ଧାର କରିଥିଲେ । ଏହାପରେ ସମ୍ବରଟିକୁ ଜଙ୍ଗଲ ଭିତରକୁ ବାଟ କଢେଇ ନେଇଥିଲେ ଗ୍ରାମବାସୀ । ଫଳରେ ସମ୍ବରଟି ଘଞ୍ଚ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା ।
‘ସୁରକ୍ଷା ଯୋଗାଇବାରେ ବିଫଳ ଡବଲ ଇଂଜିନ୍ ସରକାର’: ମୁ...