ସମ୍ବଲପୁର ଓକିଲ ଆନ୍ଦୋଳନ ସହ ଭଙ୍ଗାରୁଜା ଘଟଣା, ଆଉ ୮ ଗିରଫ

Published By : Prameya-News7 Bureau | December 15, 2022 IST

ସମ୍ବଲପୁର ୧୫।୧୨:  ସମ୍ବଲପୁର ଓକିଲ ଆନ୍ଦୋଳନ ବେଳେ ଭଙ୍ଗାରୁଜା ଘଟଣାରେ ଆଉ ୮ ଗିରଫ। ସମ୍ବଲପୁର ଓକିଲ ସଂଘର ସଭାପତି ସୁରେଶ୍ୱର ମିଶ୍ରଙ୍କ ସମେତ ୮ ଆଇନଜୀବୀଙ୍କୁ ଗିରଫ ହୋଇଛନ୍ତି । ପୂର୍ବରୁ ୧୬ ଜଣ ଓକିଲଙ୍କୁ ଗିରଫ କରିଥିଲା ସମ୍ବଲପୁର ପୋଲିସ। ସେହିପରି ଆନ୍ଦୋଳନରେ ସାମିଲ ଥିବା ୧୦ କିନ୍ନରଙ୍କୁ ମଧ୍ୟ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସିସିଟିଭି ଯାଞ୍ଚ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ପୋଲିସ। ଆଗକୁ ଆହୁରି ଗିରଫଦାରୀ ସଂଖ୍ୟା ବଢିପାରେ ।

ସେପଟେ ଓଡ଼ିଶାରେ ହାଇକୋର୍ଟର ଆଉ ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ୪୦ ବର୍ଷ ଧରି ଚାଲିଥିବା ଦାବିକୁ ଲାଗିଛି ବଡ଼ ଧକ୍କା। ରାଜ୍ୟରେ ଆଇନଜୀବୀ ଆନ୍ଦୋଳନ ପ୍ରସଙ୍ଗ ଶୁଣାଣି ବେଳେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । କଡ୍ଡା ଭର୍ସନା କରି ସୁପ୍ରିମକୋର୍ଟ କହିଛନ୍ତି ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବନି । ସ୍ଥାୟୀ ବେଞ୍ଚ ଦାବି ନେଇ ଓକିଲମାନେ ଆନ୍ଦୋଳନ କରୁଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ପରେ ପଶ୍ଚିମ ଓଡ଼ିଶା ଆଇନଜୀବୀ କହିଛନ୍ତି ଏନେଇ ସର୍ବୋଚ୍ଚ କୋର୍ଟରେ ସାନି ମାମଲା ରୁଜୁ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.