ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗ, ୧୨ ଗିରଫ
13/12/2022 at 8:14 AM

ସମ୍ବଲପୁର ୧୩।୧୨ : ସମ୍ବଲପୁରରେ ଓକିଲ – ଆନ୍ଦୋଳନକାରୀ ମୁହାଁମୁହିଁ ଘଟଣା । ୧୨ ଜଣ ଆଇନଜୀବୀଙ୍କୁ ଗିରଫ କଲା ପୋଲିସ । ୯ ଜଣ ଆଇନଜୀବୀଙ୍କୁ ଜାମିନ ନାମଞ୍ଜୁର ହେବାରୁ କୋର୍ଟ ଚାଲାଣ କରାଯାଇଛି ।

ସେହିପରି ଆଇନ ଶୃଙ୍ଖଳା ଦୃଷ୍ଟିରୁ କଚେରୀ ଛକରେ ୧୪୪ ଧାରା ଜାରି ରହିଛି । ଯେଉଁମାନେ ୨୦୦ ମିଟର ନିଷିଦ୍ଧାଞ୍ଚଳକୁ ଆସିବେ । ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଟାନ ନିଆଯିବ । ସୋମବାର ଆନ୍ଦୋଳନ ବେଳେ କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯଇଛି । ତେବେ ସିସିଟିଭି ଯାଞ୍ଚ ଚାଲିଛି, ଗିରଫଦାରୀ ସଂଖ୍ୟା ଆହୁରି ବଢିପାରେ କହିଲେ SP କହିଛନ୍ତି ।
