୬ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ, ଶରୀରର ବିଭିନ୍ନ ସ୍ଥାନରେ ରହିଛି କ୍ଷତ ଚିହ୍ନ

Published By : Prameya-News7 Bureau | December 06, 2022 IST

ସମ୍ବଲପୁର ୦୬।୧୨ :  ଯୁଯୁମୁରାଠାରେ ଥିବା ଏଆଇପିଏଲ ବା ଅଗ୍ରଓ୍ବାଲ ଇନଫ୍ରାବୁଇଲଡ ପ୍ରାଇଭେଟ ଲିମିଟେଡରେ ଡ୍ରାଇଭରଙ୍କୁ ମାଡ ଅଭିଯୋଗ | ୬ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି |

ଖବର ଅନୁଯାୟୀ, ସମ୍ବଲପୁର- ଅନୁଗୁଳ ୫୪ ନମ୍ବକ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି ଏଆଇପିଏଲ ସଂସ୍ଥା | ତେବେ ସେଠାରେ କାର୍ଯ୍ୟ କରୁଥିବା କିଛି ଡ୍ରାଇଭରଙ୍କ ଉପରେ ଡିଜେଲ ଚୋରି ଅଭିଯୋଗ ଆଣି କମ୍ପାନୀ ଅଧିକାରୀ ପ୍ରବଳ ମାଡ ମାରିଥିବା ଅଭିଯୋଗ ହୋଇଛି | ଫଳରେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ସେପଟେ ଏପର୍ଯ୍ୟନ୍ତ ଥାନାରେ ଲିଖିତ ଅଭିଯୋଗ କରିନଥିବା ଯୁଯୁମୁରା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.