ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାମରେ କରିବେ ସମୀକ୍ଷା

25/08/2022 at 12:05 PM

ସମ୍ବଲପୁର ୨୫।୦୮ : ସମ୍ବଲପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ଗୁରୁବାର ସମ୍ବଲପୁର ଗସ୍ତ କରିଛନ୍ତି ।

ଖବର ଅନୁଯାୟୀ, ଜମାଦାରପାଲି ଏୟରଷ୍ଟ୍ରିପରେ ପହଞ୍ଚି ଭିସୁଟ ଅଭିମୁଖେ ଯାଇଛନ୍ତି । ଏହାପରେ ଭିସୁଟରେ ପହଞ୍ଚି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି | ଏହା ପରେ ବୈଜାମୁଣ୍ଡା ଠାରେ ଥିବା ସମନ୍ବିତ ଭିତ୍ତିଭୂମି କମ୍ପ୍ଲେକ୍ସ ପରିଦର୍ଶନ କରି ଅନ୍ତେବାସୀଙ୍କ ସହ ଆଲୋଚନା କରିବେ | ପରେ ୫ଟି ରୂପାନ୍ତରିତ ହୋଇଥିବା ସହରର ଲେଡି ଲୁଇସ ସ୍କୁଲ ପରିଦର୍ଶନ କରିବା ପରେ ମାଁ ସମଲେଇ ଯୋଜନାର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି | ତାଙ୍କ ସାଙ୍ଗରେ SD & TE ବିଭାଗର ପ୍ରମୁଖ ସଚିବ ହେମନ୍ତ ମିଶ୍ର ମଧ୍ୟ ଉପସ୍ଥିତ ଅଛନ୍ତି |

   Related Posts