ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଗୋ-ଗ୍ୟାସ୍‌ ଡିପୋରେ ନିଆଁ, ଜଳିଗଲେ କର୍ମଚାରୀ

31/05/2022 at 10:24 AM

ସମ୍ବଲପୁର ୩୧।୦୫: ଗୋ-ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ । ଜଣେ କର୍ମଚାରୀଙ୍କର ପୋଡି ହୋଇ ମୃତ୍ୟୁ ହୋଇଛି । ସମ୍ବଲପୁର  ଅଇଁଠାପାଲ୍ଲୀ ଥାନା ସିଂଘପାଲିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ସିଂଘପାଲି ସ୍ଥିତ ମାଁ ଦୁର୍ଗା ଗୋ-ଗ୍ୟାସ୍‌ ଗୋଦାମରେ ହଠାତ୍‌ ନିଆଁ ଲାଗିଯାଇଥିଲା ।ଗୋଦାମରେ ନିଆଁ ଲାଗିଥିବା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ସେତେବେଳକୁ ଜଣେ କର୍ମଚାରୀଙ୍କ ଜୀବନ ଚାଲିଯାଇଥିଲା । ନିଆଁରେ ପୋଡି ହୋଇ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।

ସେହିପରି ଏହି ଅଗ୍ନକାଣ୍ଡରେ ଅନେକ ସାମଗ୍ରୀ ପୋଡି ନଷ୍ଟ ହୋଇଥିବାର ସୂଚନା ମିଳିଛି । କିନ୍ତୁ ଏବେ ଯାଏଁ କ୍ଷୟକ୍ଷତି ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ କିପରି ଭାବେ ଗ୍ୟାସ୍‌ ଗୋଦାମରେ ନିଆଁ ଲାଗିଲା । ସେନେଇ ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।   

   Related Posts