ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଖାକିରେ କଳଙ୍କ : ଗାଡିକୁ ଅଟକାଇ ଟଙ୍କା ମାଗୁଛନ୍ତି, ନଦେଲେ ଜୋରଜବରଦସ୍ତ ଛଡାଇ ନେଉଛନ୍ତି

16/10/2022 at 9:58 AM

ସମ୍ବଲପୁର ୧୬।୧୦ :  ସମ୍ଵଲପୁରରେ ଖାକିରେ କଳଙ୍କ। ମଦ ପରିବହନ କରୁଥିବା ଗାଡି ଡ୍ରାଇଭରଙ୍କ ଠାରୁ ଜୋର ଜବରଦସ୍ତି ଟଙ୍କା ଛଡାଇ ନେଉଛି ପୋଲିସ। ଏଏସଆଇ ଭିକାରୀ ବେହେରାଙ୍କ ନାଁରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ଏନେଇ ଡ୍ରାଇଭରମାନେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଖବର ଅନୁଯାୟୀ, ଶନିବାର ସମ୍ବଲପୁର ଅଇଁଠାପାଲି ଛକରେ ଟ୍ରାଫିକ ପକ୍ଷରୁ ଚେକିଂ ଚାଲିଥିଲା। ଏହି ସମୟରେ ଖୋର୍ଦ୍ଧାରୁ ମଦ ନେଇ ଏକ ଗାଡି ସମ୍ବଲପୁର ଓଏସବିସି ମଦ ଡିପୋକୁ ଆସୁଥିଲା। ଗାଡିର ସବୁ କାଗଜପତ୍ର ଠିକ ଥିଲା। ତଥାପି ୫ ହଜାର ଟଙ୍କା ମାଗିଥିଲା ପୁଲିସ। ଡ୍ରାଇଭର୍‌ଙ୍କ ନିକଟରେ ୪ ହଜାର ଟଙ୍କା ଥିବା ବେଳେ ସେ ଏଏସଆଇ ଭିକାରୀଙ୍କୁ ୨ ହଜାର ଟଙ୍କା ଦେଇଥିଲେ। ହେଲେ ଭିକାରୀ ଡ୍ରାଇଭରଙ୍କ ପକେଟରେ ହାତ ପୁରାଇ ବାକି ୨ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଫଳରେ ଗାଡି ଡ୍ରାଇଭର ଆସି ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଦାୟ ଟଙ୍କା ଟ୍ରାଫିକ ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଟ୍ରାଫିକ୍ ଡିଏସପି ପର୍ଯ୍ୟନ୍ତ ଯାଉଥିବା ଅଭିଯୋଗ ହୋଇଛି।

   Related Posts