ମୃତ୍ୟୁ ପରେ ମୁହଁ ମୋଡ଼ିଦେଲେ ପରିବାର, କମିଶନର ଦେଲେ ମୁଖାଗ୍ନୀ

Published By : Prameya-News7 Bureau | August 10, 2023 IST

ସମ୍ବଲପୁର ୧୦।୦୮:  ମୁହଁ ମୋଡ଼ିଲେ ପରିବାର, କମିଶନର ଦେଲେ ମୁଖାଗ୍ନୀ । ସମ୍ବଲପୁରରେ ଦେଖିବାକୁ ମିଳିଛ ଏହି ହୃଦୟ ବିଦାରକ ଘଟଣା । ମୃତ୍ୟୁ ପରେ ଶବ ନେବା ତ ଦୂରର କଥା ଅସ୍ଥି ନେବାକୁ ମଧ୍ୟ ଅମଙ୍ଗ ପ୍ରକଟ କଲେ ପରିବାର । ଅମାନବିକତାର ଶେଷ ସୀମା ପାର କରିଗଲେ ପରିବାର ଲୋକେ । ଶେଷରେ ଅଭାଗାଙ୍କର ପୁଅ ସାଜିଲେ ମହାନଗର ନିଗମ କମିଶନର ।

ଖବର ଅନୁଯାୟୀ,  କେରଳର ବାସିନ୍ଦା ପଦ୍ମା ନାୟାର  ୧୯୯୮ ମସିହାରୁ ତତ୍କାଳିନ ହୀରାକୁଦ ଏନ୍‌ଏସି ପରିଚାଳିତ ଏକ ସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ସମ୍ବଲପୁର ମହାନଗର ନିଗମ ଘୋଷଣା ହେବା ପରେ ଓ ଉକ୍ତ ସ୍କୁଲ ଶିକ୍ଷା ବିଭାଗରେ ମିଶ୍ରଣ ପରେ ତାଙ୍କୁ ଏସ୍ଏମ୍‌ସି କାର୍ଯ୍ୟାଳୟରେ କିରାଣୀ ଭାବେ ନିଯୁକ୍ତି ଦିଆଯାଇଥିଲା।

ଗତ କରୋନା ସମୟରେ ସେ କେରଳ ସ୍ଥିତ ତାଙ୍କ ପରିବାର ନିକଟକୁ ଫେରିବାକୁ ଚାହୁଁଥିଲେ । ମଧ୍ୟ ତାହା ସମ୍ଭବ ହୋଇନଥିଲା। ଆସନ୍ତା ୨୦୨୪ରେ ପଦ୍ମା ଚାକିରୀରୁ ଅବସର ଗ୍ରହଣ କରିଥାନ୍ତେ। ତେବେ ଗତ ୨/୩ ମାସ ହେଲା ସେ ଚଲାବୁଲା କରିପାରୁନଥିଲେ । ପରେ ପରେ ତାଙ୍କର ମାନସିକ ସମସ୍ୟା ସୃଷ୍ଟି ହୋଇଥିଲା। ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକ ଚାହିଁଲେନି | ଫଳରେ ସମ୍ବଳ ସହାୟତାରେ ଯୁବ ଆଇଏଏସ ବା ସମ୍ବଲପୁର ମହାନଗର ନିଗମ କମିଶନର ବେଦଭୂଷଣ ରାଜଘାଟ ଆଣି ମୁଖାଗ୍ନୀ ଦେଇ ଶେଷ କୃତ୍ୟ ସମ୍ପନ୍ନ କରିଛନ୍ତି ।

ଶବକୁ କାନ୍ଧ ଦେଇ ଶ୍ମଶାନ ପର୍ଯ୍ୟନ୍ତ ବୋହି ଆଣିବା ସହ ଶେଷକୃତ୍ୟ ସମ୍ପନ୍ନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ସାମିଲ ହୋଇଥିଲେ ଏସ୍ଏମ୍‌ସି କମିଶନର, କର୍ମଚାରୀ ଓ ସ୍ୱେଚ୍ଛାସେବୀ। କମିଶନର୍ ଓ କର୍ମଚାରୀଙ୍କ ଏହି ମହାନ କାର୍ଯ୍ୟକୁ ସବୁ ବର୍ଗରେ ପ୍ରଶଂସା କରାଯିବା ସହ ମାନବିତା ତଥାପି ବଞ୍ଚିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

wp:embed {"url":"https://www.prameyanews7.com/know-when-wc-2023-tickets-will-be-sold-india-pakistan-match-tickets-available-on-this-date/","type":"wp-embed","providerNameSlug":"prameya-news-7"}
https://www.prameyanews7.com/know-when-wc-2023-tickets-will-be-sold-india-pakistan-match-tickets-available-on-this-date/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.