ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ପ୍ରତାରଣା ସହିନପାରି ପ୍ରେମିକାର ଆତ୍ମହତ୍ୟା, ଧୋକାବାଜ ପ୍ରେମିକକୁ ଗିରଫ କରିବାକୁ ଥାନା ଘେରିଲେ ଲୋକେ

27/09/2022 at 2:48 PM

ସମ୍ୱଲପୁର, ୨୭/୦୯: ବିବାହ ପ୍ରତଶୃତି ଦେଇ ପ୍ରେମିକ ଠକିଦେଵାରୁ ଆତ୍ମହତ୍ୟା କରିଛି ପ୍ରେମିକା । ଧୋକାବାଜ ପ୍ରେମିକକୁ ଗିରଫ ଦାବିରେ ଗାଁ ଲୋକେ ଥାନା ଘେରାଉ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ସଦର ଥାନା ଅନ୍ତର୍ଗତ ରାସନପୁର ତୁରିପଡା ଗ୍ରାମର ପ୍ରିୟଙ୍କା ନାୟକଙ୍କର ସୋନପୁର ବିନିକା ଅଂଚଳର ସୁନିଲ ହରିଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଦୁହେଁ ବିବାହ ପାଇ ନିଷ୍ପତ୍ତି ନେଇଥିଲେ । ପରେ ପ୍ରେମିକ ସୁନିଲ ତାଙ୍କୁ ପ୍ରତାରଣା କରିବା ସହ ଧୋକା ଦେଇଥିଲା । ଯାହାକୁ ପ୍ରେମିକା ପ୍ରିୟଙ୍କା ସହି ନପାରି ଆତ୍ମହତ୍ୟା କରିଛନ୍ତି ।

ଧୋକାବାଜ ପ୍ରେମିକ ଓ ସହଯୋଗୀ ଵିରୋଧରେ ସଦର ଥାନାରେ ଅଭିଯୋଗ ପରେ ପୋଲିସ ସେମାନଙ୍କୁ ଗିରଫ କରିନଥିଲା । ଯାହାକୁ ନେଇ ଆଜି ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ସଦର ଥାନା ଘେରି ଉଭୟଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ପରେ ପୋଲିସ ବୁଝାସୁଝା ପରେ ଧାରଣାରୁ ଗ୍ରାମବାସୀ ଓହରିଥିବା ଜଣାପଡ଼ିଛି |

   Related Posts