ପେଟ ରୋଗରେ ଆଖି ବୁଜିଲା ମାଇ ହାତୀ; ମୃତେଦେହ ଉଦ୍ଧାର
7/12/2022 at 9:47 PM

ସମ୍ୱଲପୁର ୦୭/୧୨: ସମ୍ବଲପୁରରେ ପୁଣି ଏକ ମାଇ ହାତୀର ମୃତ୍ୟୁ। ଏପରି ଘଟଣା ସମ୍ୱଲପୁର ପଡିଆବାହାଲ ରେଞ୍ଜ ଲଡଲଡି ବିଟ୍ ଅଞ୍ଚଳରେ ଦେଖିବାକୁ ମିଳିଛି। ମୃତ ହାତୀର ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଇଛି। ଲଡ଼ଲଡ଼ ବିଟ୍ ଅଞ୍ଚଳରୁ ହାତୀର ମୃତଦେହ ଠାବ ହୋଇଥିଲା। ପରେ ମୃତ ହାତୀର ବ୍ୟବଚ୍ଛେଦ ବନ ବିଭାଗ ପକ୍ଷରୁ କରାଯାଇଛି।
ଗାଷ୍ଟ୍ରୋ ଫେଲ୍ୟୋର ପାଇଁ ହାତୀର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ସମ୍ୱଲପୁର ଜିଲ୍ଲାବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ବିଶ୍ବନାଥ ନିଲାନଓ୍ବର ସୂଚନା ଦେଇଛନ୍ତି। ହାତୀମୃତ୍ୟୁର ଅନ୍ୟ କୌଣସି କାରଣ ଜାଣିବାକୁ ସ୍ଥାନୀୟ ଏସିଏଫ ଏବଂ ଜିଲ୍ଲା ବନଖଣ୍ଡ ଅଧିକାରୀ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023