ଆସନ୍ତା ୧୩ରୁ ସମ୍ବଲପୁର ଲୋକ ମହୋତ୍ସବ, କରୋନା ଯୋଗୁଁ ବନ୍ଦ ଥିଲା ୨ ବର୍ଷ

Published By : Prameya-News7 Bureau | January 08, 2023 IST

ସମ୍ବଲପୁର: ଆସନ୍ତା ଜାନୁୟାରୀ ୧୩ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବ ସମ୍ବଲପୁର ଲୋକ ମହୋତ୍ସବ । ୨ ବର୍ଷ କୋଭିଡ କଟକଣା ପରେ ଏଥର ବିରାଟ ଆୟୋଜନ ସହ ଧୁମଧାମ ମହୋତ୍ସବ ପାଳନ ନେଇ ପ୍ରସ୍ତୁତି ଶେଷ ହୋଇଛି । ସମ୍ବଲପୁର ଅଇଠାପାଲି  ବୀର୍ସା ମୁଣ୍ତା ପଡିଆରେ ଆୟୋଜିତ ହେବ । ଜିଲ୍ଲାର ୯ ଟି ବ୍ଲକର ୯ ଟି ଲୋକକଳାକାର ଦଳ, ମହାନଗର ନିଗମର ୧୬ ଟି ଦଳ, ରାଜ୍ୟସ୍ତରୀୟ ୧୬ ଟି ଲୋକ ନୃତ୍ୟ, ଜାତୀୟ ସ୍ତରୀୟ ୮ ଟି ଲୋକ ନୃତ୍ୟ ସହ ଦେଶ ବାହାର ଶ୍ରୀଲଙ୍କା, ମାଲେସିଆ ଓ ନେପାଳ ଲୋକନୃତ୍ୟ ଦଳ ସାମିଲ ହେବେ ।

ଏଥର ମଂଚ ମୁଖ୍ୟତଃ ପାରମ୍ପାରିକ ସାଜସଜ୍ଜା ହେବା ସହ ଐତିହ୍ୟ ପରମ୍ପରା ପର୍ଯ୍ୟଟନ ପ୍ରସାର ସହ ମହୋତ୍ସବର ଇତିହାସ ନେଇ ତଥ୍ୟ ପ୍ରଦର୍ଶନ ପାଇ ମଞ୍ଚ ଓ ଅଡିଟୋରିଅମରେ ଏଲଇଡି ବ୍ୟବସ୍ଥା ହେବ । ତେବେ ଲୋକ ମହୋତ୍ସବ ଆରମ୍ଭ ହେବା ପୁର୍ଵରୁ ସହର ସାରା ଓ୍ଲାଲପେଟିଂ, ଥିମ ସଂଘ ଓ ଛାତ୍ରଛାତ୍ରୀ ଙ୍କ ଚିତ୍ରାଙ୍କନ ପ୍ରତିଯୋଗିତା ଆରମ୍ଭ ହେଲାଣି । ଏନେଇ ଆଜି ସମ୍ବଲପୁର ଲୋକ ମହୋତ୍ସବ ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଅନନ୍ୟା ଦାସ ସାମ୍ଵାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.