ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ପ୍ରତ୍ୟାହୃତ ହେଲା ଚାଷୀ ଆନ୍ଦୋଳନ, ବିନା ଟୋକନ୍‌ରେ ଧାନ ବିକି ପାରିବେ ଚାଷୀ

21/11/2019 at 3:49 PM

ସମ୍ବଲପୁର ୨୧।୧୧: ଶେଷରେ ରହିଲା ଚାଷୀଙ୍କ ଜିଦ୍ । ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ପଶ୍ଚିମଓଡିଶାର ଚାଷୀ ଚଳାଇଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଟୋକନ୍ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ଆନ୍ଦୋଳନ କରୁଥିଲେ ଚାଷୀ । ଜିଲ୍ଲାପାଳଙ୍କ ସହ ପଶ୍ଚିମଓଡିଶାର ୪ ବିଧାୟକଙ୍କ ବାସଭବନ ଘେରାଉ ପରେ ଆଜି ଜାତୀୟ ରାଜପଥରେ ଚାଷୀମାନେ ରାଜରାସ୍ତାରେ ଧାରଣା ଦେଇଥିଲେ ।

ଆଜି ଘଟଣାସ୍ଥଳକୁ ଯାଇ ମନ୍ତ୍ରୀ ସୁଶାନ୍ତ ସୁଶାନ୍ତ ସିଂହ ଏବଂ ସ୍ଥାନୀୟ ବିଧାୟକ ରୋହିତ ପୂଜାରୀ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ବେଳେ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଦୁଇଟି ପ୍ରସ୍ତାବ ଦିଆଯାଇଛି । ଧାନ କିଣାରେ ସରଳୀକରଣ ବ୍ୟବସ୍ଥା ଏବଂ ହୀରାକୁଦ କମାଣ୍ଡ ଅଞ୍ଚଳରେ ଚାଷୀଙ୍କ ଧାନ କିଣା ସମୟ ସୀମା ମଧ୍ୟ ବଢାଯିବ ବୋଲି କୁହାଯାଇଛି । ପୂର୍ବରୁ ଏହି ପରିମାଣ ୧୩ କେଜି ଥିଲା ।

ସେହିଭଳି ବିନା ଟୋକନ୍‌ରେ ଯଦି କୌଣସି ଚାଷୀ ଧାନ ବିକିବାକୁ ଆସନ୍ତି ତାହେଲେ ସେହି ଚାଷୀଙ୍କଠାରୁ ଧାନ କିଣାଯିବ ଯିବ ବୋଲି ସରକାରଙ୍କ ଦୁଇ ପ୍ରତିନିଧି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

   Related Posts