ବେଆଇନ୍ ଭାବେ ଚାଲିଥିଲା ଅଫିମ ଚାଷ, ଚଢାଉ କରି ନଷ୍ଟ କଲା ଅବକାରୀ ବିଭାଗ
19/03/2023 at 1:46 PM

ସମ୍ବଲପୁର ୧୯।୦୩ : ଆକ୍ସନରେ ଅବକାରୀ ବିଭାଗ । ସମ୍ବଲପୁର ନାକଟିଦେଉଳ ଥାନା ଗୋପାଳପୁର ଜଙ୍ଗଲରେ ହୋଇଥିବା ବେଆଇନ ଅଫିମ୍ ଚାଷକୁ ନଷ୍ଟ କରିଛି ଅବକାରୀ ବିଭାଗ । ଏହାସହ ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ଜଣଙ୍କୁ ଅଟକ ରଖାଯାଇଛି ।
ଖବର ଅନୁଯାୟୀ, ଗୋପାଳପୁର ଜଙ୍ଗଲରେ ବେଆଇନ୍ ଭାବେ ୨୦ ଡେସିମିଲ୍ରୁ ଅଧିକ ଜାଗାରେ ଅଫିମ୍ ଚାଷ କରାଯାଇଥିଲା । ଯାହାର ସୂଚନା ଅବକାରୀ ବିଭାଗକୁ ମିଳିଥିଲା । ଏହିକ୍ରମରେ ଅବକାରୀ ବିଭାଗ ଚଢାଉ କରି ଅଫିମ ଚାଷକୁ ନଷ୍ଟ କରିଛି । ଘଟଣାରେ ଜଣେ ଯୁବକ ଗିରଫ କରିଥିବା ବେଳେ ୨ ଜଣଙ୍କୁ ଅଟକ ରଖାଯାଇଛି । ଏନେଇ ଅବକାରୀ ଅଧିକ୍ଷକ ଅଶୋକ ସେଠ ସୂଚନା ଦେଇଛନ୍ତି ।
Related Posts
ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥ କାଠ
30 March 2023
ଚାଲାଣ ବେଳେ ଅଫିମ ଚୋପା ବୋଝେଇ ଭ୍ୟାନ୍ ଜବତ; ଜଣେ ଗିରଫ
30 March 2023