ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ କଂଗ୍ରେସକର୍ମୀ

Published By : Prameya-News7 Bureau | September 10, 2018 IST

ସମ୍ବଲପୁର ୧୦/୯ : ସମ୍ବଲପୁରରେ କଂଗ୍ରେସକର୍ମୀ ଓ ଜିଲ୍ଲା କଂଗ୍ରେସ ସଭାପତି ବଳପୂର୍ବକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ପ୍ରକୋଷ୍ଠ ଭିତରେ ପଶି ବ୍ୟାପକ ହଂଗାମା କରିଛନ୍ତି। ସାମାନ୍ୟ କିଛି ପୋଲିସ୍‌ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୃତ୍ତୟନ ଥିବା ବେଳେ, ବହୁ ସଂଖ୍ୟାରେ କଂଗ୍ରେସକର୍ମୀ ରାଜ୍ୟସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇ କାର୍ଯ୍ୟାଳୟ ଭିତରେ ପଶିଥିଲେ। ସେତେବେଳେ ଜିଲ୍ଲାପାଳ ତାଙ୍କ ପ୍ରକୋଷ୍ଠରେ ଥିବା ଜାଣି ବଳପୂର୍ବକ ପ୍ରକୋଷ୍ଠରେ ପଶି, ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ପରେ ଜିଲ୍ଲାପାଳଙ୍କ ସମେତ, ଉପଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ ଓ ସମସ୍ତ କର୍ମଚାରୀ ମାନେ କାର୍ଯ୍ୟାଳୟରୁ ବାହାରି ଯାଇଥିଲେ। କଂଗ୍ରେସ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଲ ପକାଇଦେବା ସହ, କୌଣସି କର୍ମଚାରୀଙ୍କୁ ଭିତରକୁ ଛାଡିନଥିଲେ। ଏହାକୁ ନେଇ କିଛି ସମୟ ପାଇଁ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା........

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.