suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଧରାପଡିଗଲା ବ୍ୟବସାୟୀଙ୍କ ମିଛ ଅପହରଣ ନାଟକ, ଦୁଇ ସାଙ୍ଗଙ୍କ ସହ ବନ୍ଧାହୋଇ ଗଲେ ଜେଲ

5/07/2019 at 6:22 PM

ସମ୍ବଲପୁର ୫|୭: ଲୋକଙ୍କୁ ବକେୟା ଟଙ୍କା ଫେରାଇବା ବଦଳରେ, ମିଛ ଅପହରଣ ନାଟକ କରି, ଫଶି ଯାଇଛନ୍ତି ସମ୍ବଲପୁରର ଜଣେ ବ୍ୟବସାୟୀ। ନିଜ ସାଙ୍ଗମାନଙ୍କ ସହ ମିଶି ମିଛ ଅପହରଣ ନାଟକ କରି, କ୍ଷେତରାଜପୁର ଥାନାରେ ମାମଲା ଦାୟର କରିବା ପରେ, ପୋଲିସ୍‌ ଅସଲ ଘଟଣା ଜାଣିବାକୁ ପାଇଥିଲା। ଏବେ ଖୋଦ୍‌ ଅଭିଯୋଗକାରୀ ତାର ଦୁଇସାଙ୍ଗଙ୍କୁ ଜେଲ୍‌କୁ ପଠାଇ ଦେଇଛି ପୋଲିସ୍‌। କେମିତି ଘଟିଥିଲା ଘଟଣା ଦେଖନ୍ତୁ ଏ ପୁରା ରିପୋର୍ଟକୁ…………

ଅନ୍ୟ ବ୍ୟବସାୟୀଙ୍କ ଠାରୁ ଧାର ଆଣି ବ୍ୟବସାୟ କରିବା ଓ ଟଙ୍କା ସୁଝିବା ବଦଳରେ ମିଛି ଅପହରଣ ନାଟକ କରି, ଜେଲ୍‌ ଯାଇଛନ୍ତି ସମ୍ବଲପୁରର ଜଣେ ଯୁବ ବ୍ୟବସାୟୀ। ସମ୍ବଲପୁର କ୍ଷେତରାଜପୁରର ଜଣେ ଯୁବବ୍ୟବସାୟୀ ଆଦର୍ଶ ଘୋଷ୍‌ କିଛି ଦିନହେଲା, ତିୱାରୀଗଳିରେ ଏକ ଚାଉଳ ଦୋକାନ କରି ପରିବାର ପୋଷଣ କରିଆସୁଥିଲେ।

ଏହି ଚାଉଳ ବେପାର କରିବାକୁ, ସେ ବିଭିନ୍ନ ଲୋକଙ୍କ ଠାରୁ ଧାରକରଜ କରି ଦୋକାନ କରିଥିଲେ ମଧ୍ୟ, ଧାରଟଙ୍କା ସୁଝୁନଥିଲେ। ସେହିପରି ବେପାର ମଧ୍ୟ ଭଲ ଚାଲୁନଥିଲା। ବଜାରରେ ବିଭିନ୍ନ ଲୋକଙ୍କ ଠାରୁ ୮ଲକ୍ଷରୁ ଅଧିକ ଟଙ୍କା ଧାର କରିଥିବା ଓ ଲୋକମାନେ ସେମାନଙ୍କ ଟଙ୍କା ସୁଝିବା ପାଇଁ ବାରମ୍ବାର ଫୋନ୍‌ କରିବାପରେ,ଋଣ ଟଙ୍କାରୁ ମୁକ୍ତି ପାଇଁ, ନିଜେ ଆଦର୍ଶ ଘୋଷ ଏକ ଅପହରଣ ନାଟକ ରଚନା କରିଥିଲେ। ଅନ୍ୟ ଦୁଇଜଣ ସାଙ୍ଗ ପ୍ରବୀଣ ସା ଓ ଅନୀଲ୍‌ ଶର୍ମାଙ୍କ ସହ ମିଶି ଏକ କାର୍ ରେ ଗତ ୧ତାରିଖରୁ ଘରୁ ଚାଲିଯାଇ ସମ୍ବଲପୁରର ବିଭିନ୍ନ ସ୍ଥାନ ବୁଲିଥିଲେ ହେଲେ ଘରକୁ ଆସିନଥିଲେ।

ଏହାରି ମଧ୍ୟରେ ଆଦର୍ଶଙ୍କ ଫୋନ୍‌ରୁ ତାଙ୍କ ମାଆଙ୍କ ନିକଟକୁ ଏକ ଫୋନ୍‌ କଲ୍‌ ଆସିଲା, ଯେଉଁଥିରେ ଆଦର୍ଶକୁ ଅପହରଣ କରିନିଆଯାଇଛି ଓ ୫ଲକ୍ଷଟଙ୍କା ଦେଲେ ତାଙ୍କୁ ଛଡାଯିବ ନହେଲେ, ଜୀବନରେ ମାରିଦେବାର ଧମକ ଦେଇଥିଲେ ଅପହରଣକାରୀ। ଏ ନେଇ ଆଦର୍ଶଙ୍କ ପରିବାର ପକ୍ଷରୁ କ୍ଷେତରାଜପୁର ଥାନାରେ ଏକ ଅପହରଣ ମାମଲା ୩୬୪-ଏ ରେ ଦାୟର କରାଯାଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ୍‌ର ସ୍ବତନ୍ତ୍ର ଟିମ୍‌। ହେଲେ ମୋବାଇଲ୍‌ ଟ୍ରାକିଂ କରି ଆଦର୍ଶ ସମେତ ତାର ଦୁଇ ସାଙ୍ଗକୁ ଧରିବା ପରେ, ମିଛ ଅପହରଣ ନାକଟର ଜବନିକା ପଡିଥିଲା ଆଉ, ଏହି ତିନିଜଣଙ୍କ ବିରୋଧରେ ପୋଲିସ୍‌, ଦଫା-୩୮୭ ଓ ୧୨୦-ଖ ରେ ମାମଲା ଦାୟର କରି ସେମାନଙ୍କୁ ଜେଲ୍‌କୁ ପଠାଇଦେଇଛି।

ମିଛ ଅପହରଣ ନାଟକର ଖଳନାୟକ ଆଦର୍ଶ ଘୋଷ୍‌ର କହିବା ହେଲା, ଧାରକରଜ କରି ଚାଉଳ ବ୍ୟବସାୟ କରୁଥିଲା। ହେଲେ ବେପାର ଠିକ୍‌ ଚାଲୁନଥିବା ବେଳେ, ବାରମ୍ବାର ଋଣ ଦେଇଥିବା ଲୋକମାନେ ଟଙ୍କା ଫେରସ୍ତ କରିବାକୁ ଫୋନ୍‌ ଯୋଗେ ଧମକ ଦେଉଥିଲେ । ତେଣୁ ସେଥିରୁ ମୁକୁଳିବା ପାଇଁ ଏଭଳି ନାଟକ କରିବାକୁ ପଡିଲା। ହେଲେ ପୋଲିସ୍‌ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଆଦର୍ଶର ଚାଉଳ ବ୍ୟବସାୟ ଠିକ୍‌ ଚାଲୁଥିଲା। ବେପାରରୁ ଯାହା ଲାଭ ହେଉଥିଲା ତାକୁ,ଆଦର୍ଶ ଓ ତାର ସାଙ୍ଗମାନେ ସଟ୍ଟା ଜୁଆରେ ଖର୍ଚ୍ଚ କରିବା ସହ, ବିଭିନ୍ନ ସ୍ଥାନ ବୁଲିବାରେ ଖର୍ଚ୍ଚ କରିଦେଉଥିଲେ। ବାକି ଦେଇଥିବା ଲୋକମାନେ ଟଙ୍କା ମାଗିଲେ, ବେପାର ମାନ୍ଦା ଥିବା କହି, ଖସି ଯାଉଥିଲା ଆଦର୍ଶ।

କିନ୍ତୁ ମିଛି ଅପହରଣ ନାକଟ ଏବେ ତାର ସବୁ ଗୁମର ପଦାରେ ପକାଇଦେଇଛି। ଅପରପକ୍ଷରେ ଋଣ ଦେଇଥିବା ବ୍ୟବସାୟୀ ମାନେ ଏବେ ଚିନ୍ତାରେ । କାରଣ ଆଦର୍ଶ ଜେଲ୍‌ରୁ ଫେରିବା ପର୍ଯ୍ୟନ୍ତ ସେମାନଙ୍କୁ ଅପେକ୍ଷା କରିବାକୁ ପଡିବ।  ସେତେବେଳେ ମଧ୍ୟ ଟଙ୍କା ମିଳିବ କି ନା ସନ୍ଦେହ। ଋଣ ଆଣି ବ୍ୟବସାୟ କରି ପରିବାର ପୋଷିବା ବଦଳରେ, ସେହି ଟଙ୍କାରେ ସାଙ୍ଗ ମାନଙ୍କ ସହ ଅୟସ୍‌ ଆରାମ କରିବା ଓ ଜୁଆ ସଟ୍ଟାରେ ଟଙ୍କା ଉଡାଇବା ମହଙ୍ଗା ପଡିଛି ଆଦର୍ଶକୁ। ହେଲେ ମିଛି ମିଛିକା ଅପହରଣ ନାଟକ କରି ,ଋଣ ପରିଶୋଧରୁ ଖସିଯିବାକୁ ଯୋଜନା କରୁଥିବା ଏହି ଯୁବ ବ୍ୟବସାୟୀଙ୍କ ସବୁ ଚାଲ୍‌ ଫେଲ୍‌ ମାରିବା ପରେ, ଏବେ ଜେଲ୍‌ର ହାୱା ଖାଇବାକୁ ପଡିଛି ।

   Related Posts