ହୀରାକୁଦ ତଳିଆ ଅଞ୍ଚଳ ପାଇଁ ଜାରି ହେଲା ସତର୍କ ସୂଚନା, ବନ୍ୟା ଆଶଙ୍କା

Published By : Prameya-News7 Bureau | August 12, 2022 IST

ସମ୍ୱଲପୁର, ୧୨/୦୮: ହୀରାକୁଦ ତଳିଆ ଅଞ୍ଚଳ ପାଇଁ ସତର୍କ ସୂଚନା  । ହୀରାକୁଦ ତଳିଆ ଅଞ୍ଚଳକୁ ଜଳ ପ୍ରବେଶ ନେଇ ସମ୍ବଲପୁର ପ୍ରଶାସନର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଲଗାଣ ବର୍ଷା ଫଳରେ ଜଳ ନିଷ୍କାସନ ହେଉଥିବାରୁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ତଳମୁଣ୍ଡରେ ଜଳ ପ୍ରବେଶ କରୁଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ନଦୀ ତଳ ଅଞ୍ଚଳରେ ନଦୀକୁ ନଯିବାକୁ ପରାମର୍ଶ ଜାରି କରିଛି ପ୍ରଶାସନ ।

ଗୁରୁବାର ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବା ନେଇ ପୂର୍ବରୁ ସୂଚନା ଦିଆଯାଇଥିଲା । ଦିନ ୧୧.୩୦ଟା ପରେ ପୁଣି ବନ୍ୟାଜଳ ନିଷ୍କାସନ କରାଯିବା ନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଉପରମୁଣ୍ଡରେ କ୍ରମାଗତ ବର୍ଷା ଓ ଜଳସ୍ତର ବୃଦ୍ଧି ଯୋଗୁଁ ଏପରି ନିଷ୍ପତ୍ତି ନେଆଯାଇଥିଲା ।

ପର୍ଯ୍ୟାୟକ୍ରମରେ ୧୧.୩୦ ପରେ ୧୦ଟି ଗେଟ୍ ଖୋଲାଯିବ ବୋଲି ମୁଖ୍ୟଯନ୍ତ୍ରୀ କହିଥିଲେ । ତେବେ ଡ୍ୟାମ ପକ୍ଷରୁ ଗତକାଲି ଠାରୁ ସାଇରନ ବଜାଇବା ଆରମ୍ଭ ହୋଇଥିଲା । ଜଳସ୍ତର ବୃଦ୍ଧି ପାଇ ୬୧୧.୮୩ ଫୁଟରେ ପହଂଚିଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ଲକ୍ଷ ୯୬ ହଜାର ୫୭୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ସୂଚନା ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.