କଚେରୀ ଛକରେ ପୁଣି ବଢିଲା ୧୪୪ ଧାରାର ଅବଧି, ୨୭ ତାରିଖ ଯାଏଁ ଜାରି ରହିବ କଟକଣା

Published By : Prameya-News7 Bureau | December 24, 2022 IST

ସମ୍ବଲପୁର ୨୪।୧୨: ପୁଣି ବଢିଲା ୧୪୪ ଧାରାର ଅବଧି । ସମ୍ବଲପୁର କଚେରୀ ଛକରେ ଲାଗିଥିବା ୧୪୪ ଧାରାର ସମୟସୀମାକୁ ବୃଦ୍ଧି କରାଯାଇଛି । ଆସନ୍ତା ୨୭ ତାରିଖ ରାତି ୧୦ଟା ଯାଏଁ ଏହି ୧୪୪ ଧାରା ବଳବତ୍ତର ରହିବ । ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଖବର ଅନୁଯାୟୀ, ସମ୍ବଲପୁରରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି  ୧୪୪ ଧାରା ଲାଗୁ କରାଯାଇଥିଲା  | କଚେରୀ ଛକରେ କୋର୍ଟ ପରିସରର ୨୦୦ ମିଟର ପରିଧି ଭିତରେ ଏହି ୧୪୪ ଧାରା ବଳବତ୍ତର ରହିଥିଲା | କିନ୍ତୁ ପରେ ଏହି ୧୪୪ ଧାରାର ସମୟସୀମକୁ ବୃଦ୍ଧି କରାଯାଇଥିଲା । ପ୍ରଥମେ ୨୩ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି  ରଖିବାକୁ ଉପ- ଜିଲ୍ଲାପାଳ ପ୍ରଭାସ ଡନସନା ଘୋଷଣା କରିଥିଲେ | ହେଲେ ଏବେ ଏହି ସମୟସୀମାକୁ ପୁଣି ଥରେ ବୃଦ୍ଧି କରାଯାଇଛି ।ଆସନ୍ତା ୨୭ ତାରିଖ ରାତି ୧୦ଟା ଯାଏଁ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ ବୋଲି  ସମ୍ବଲପୁର ଉପ ଜିଲ୍ଲାପାଳ ଘୋଷଣା କରିଛନ୍ତି ।

ଅନ୍ୟପଟେ ଓକିଲ ଆନ୍ଦୋଳନ ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୭ଜଣ ଓକିଲ , ଜଣେ ସାଧାରଣ ନାଗରିକ ଓ ୮ ଜଣ କିନ୍ନର ଗିରଫ ହୋଇସାରିଲେଣି | ହେଲେ ଗିରଫଦାରୀକୁ ବିରୋଧ  କରି ଏବେ ଯାଏଁ କାର୍ଯ୍ୟରେ ଯୋଗ ଦେଉନାହାନ୍ତି ଓକିଲ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.