Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ସମ୍ବାଦ’ରେ ଯୋଜନାବଦ୍ଧ ଭାବେ କୋଟି କୋଟି ଟଙ୍କାର ଋଣ ସ୍କାମ୍ ହୋଇଛି: ଇଓଡବ୍ଲ୍ୟୁ

19/09/2023 at 8:22 PM

ଭୁବନେଶ୍ଵର: ସମ୍ବାଦ କର୍ମଚାରୀଙ୍କ ନାଁରେ ଋଣ ଉଠାଣର ଜୋର ଧରିଛି ତନାଘନା। ଇଓଡବ୍ଲ୍ୟୁ କାର୍ଯ୍ୟାଳୟରେ ହାଜର ହେଲେ ଦୈନିକ ସମ୍ବାଦର ଏଚଆର ମ୍ୟାନେଜର ବୈଜୟନ୍ତୀ କର । କର୍ମଚାରୀଙ୍କ ନାଁରେ ଋଣ ଉଠାଯିବା ଅଭିଯୋଗରେ ବୈଜୟନ୍ତୀଙ୍କୁ ୩ ଘଣ୍ଟା ଧରି ଜେରା କରିଛି ଇଓଡବ୍ଲ୍ୟୁ। ସେପଟେ ବଢିବାରେ ଲାଗିଛି ଅଭିଯୋଗ। ଆଉ ଜଣେ ପୁରୁଣା କର୍ମଚାରୀ ଇଓଡବ୍ଲୁରେ ହାଜର ହୋଇ ସମାନ ଅଭିଯୋଗ ଆଣିଛନ୍ତି। ସେପଟେ ଏହି ଘଟଣାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ। ଏହା ମଧ୍ୟରେ ତଦନ୍ତର ଅଗ୍ରଗତିକୁ ନେଇ ପ୍ରେସ୍ ଇସ୍ତାହାର ଜାରି କରିଛି ଇଓଡବ୍ଲ୍ୟୁ।

ଅଧିକ ପଢନ୍ତୁ- କଟକ BSKY କାର୍ଡ ଜାଲିଆତି ଘଟଣା, ଦୁଇ ନର୍ସିଂହୋମକୁ ସିଲ୍ କଲା ସ୍ୱାସ୍ଥ୍ୟ ବିଭାଗ

ଇଓଡବ୍ଲ୍ୟୁ କହିଛି, ଇଏମ୍ଏଲ୍‌ର ୩୫୦ରୁ ଅଧିକ କର୍ମଚାରୀଙ୍କ ନାଁରେ ଋଣ ଉଠାଯାଇଛି। ଦରମାକୁ ଡବଲ୍ ଦର୍ଶାଇ ମିଛ କାଗଜପତ୍ରରେ ଋଣ ଉଠାଯାଇଛି। ପ୍ରାୟତଃ ଘର କିମ୍ବା ଘର ମରାମତି ନାଁରେ ବ୍ୟାଙ୍କରୁ ଋଣ ଉଠାଯାଇଛି। କର୍ମଚାରୀଙ୍କ ନାଁରେ ଋଣ ଉଠିଥିଲେ ବି ସେମାନଙ୍କୁ ଟଙ୍କାଟିଏ ବି ମିଳିନି। ସଂପୂର୍ଣ୍ଣ ଯୋଜନାବଦ୍ଧ ଭାବେ କୋଟି କୋଟି ଟଙ୍କାର ଋଣ ସ୍କାମ୍ ହୋଇଛି।  ଇଓଡବ୍ଲ୍ୟୁ ଏସ୍‌ପି ପ୍ରତିକ୍ରିୟା ଦେଇ କହିଛନ୍ତି, ସମ୍ବାଦ ଋଣ ଠକେଇ ମାମଲାରେ ୨୦ରୁ ୨୫ ଜଣଙ୍କ ଅଭିଯୋଗ ଗ୍ରହଣ କରାଗଲାଣି। ଆହୁରି ଅଭିଯୋଗକାରୀଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି।

ଆଜି EOWରେ ହାଜର ହେଲେ ସମ୍ବାଦର ଏଚ.ଆର. ମ୍ୟାନେଜର ବୈଜୟନ୍ତୀ କର। ଗତକାଲି ସମ୍ବାଦ ଭବନରେ ଇଓଡବ୍ଲୁର ୧୨ଜଣିଆ ଟିମ୍ ୭ ଘଣ୍ଟା ଧରି ଖୋଳତାଡ଼ କରିବା ପରେ ଆଜି ଇଓଡବ୍ଳରେ ହାଜର ହୋଇଛନ୍ତି ବୈଜୟନ୍ତୀ। ବୈଜୟନ୍ତୀ କରଙ୍କୁ ୩ ଘଣ୍ଟା ଧରି ଜେରା କରିଥିଲା ଇଓଡବ୍ଳୁ। କର୍ମଚାରୀଙ୍କ ନାଁରେ ଋଣ ଉଠାଇ ହଡ଼ପ କରିବା ଅଭିଯୋଗରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରିଥିଲେ ତଦନ୍ତକାରୀ ଟିମ୍। କେତେ କର୍ମଚାରୀଙ୍କ ନାଁରେ ଋଣ ଉଠାଯାଇଛି। କର୍ମଚାରୀଙ୍କୁ ଏଥିପାଇଁ ବାଧ୍ୟ କରାଯାଉଥିଲା କି ? କର୍ମଚାରୀଙ୍କୁ ବାଧ୍ୟ କରିବା କିମ୍ବା ଧମକ ଦେବାରେ ଆପଣ ସଂପୃକ୍ତ କି ? ଏଭଳି ପ୍ରଶ୍ନ ପଚାରିଥିଲା EOW ଟିମ୍।

   Related Posts