ଆଜି ପବିତ୍ର ଶାମ୍ବ ଦଶମୀ ; ଚନ୍ଦ୍ରଭାଗାରେ ସ୍ନାନ କରି ସୂର୍ଯ୍ୟଦେବତାଙ୍କୁ ପୂଜା କଲେ ଶ୍ରଦ୍ଧାଳୁ, ଅର୍କକ୍ଷେତ୍ରରେ ଗଡିଲା ସୂର୍ଯ୍ୟରଥ

Published By : Prameya-News7 Bureau | January 16, 2019 IST

କୋଣାର୍କ ୧୬|୧: ଆଜି ପବିତ୍ର ଶାମ୍ବ ଦଶମୀ  ପାଇଁ ଉତ୍ସବ ମୁଖର ପୁରପଲ୍ଲୀ । ଅର୍କକ୍ଷେତ୍ର କୋଣାର୍କରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ । ସୂର୍ଯ୍ୟ ଉପାସକମାନେ ସକାଳୁ ଚନ୍ଦ୍ରଭାଗାରେ ସ୍ନାନ କରି ସୂର୍ଯ୍ୟ ଦେବତାଙ୍କୁ ଦୀପ ଦାନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଆଜିର ଦିନରେ ଏପରି କଲେ ମନୋସ୍କାମନା ପୂରଣ ହେବା ସହ ପରିବାରର ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି ।

{"id":74526}

ପୁରାଣ ମତ ଅନୁସାରେ ଶ୍ରୀକୃଷ୍ଣଙ୍କ ଅଭିଶାପ ଯୋଗୁ ପୁଅ ଶାମ୍ବ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲା । ଏଥିରୁ ମୁକ୍ତି ପାଇଁ ସେ ନାରଦ ମୁନିଙ୍କ ଶରଣାପନ୍ନ ହେବାରୁ ସୂର୍ଯ୍ୟଙ୍କ ପୂଜା କଲେ କୁଷ୍ଠ ରୋଗରୁ ମୁକ୍ତି ମିଳିବ ବୋଲି ନାରଦ ପରାମର୍ଶ ଦେଇଥିଲେ । ପରେ ଶାମ୍ବ ଚନ୍ଦ୍ରଭାଗାରେ ସୂର୍ଯ୍ୟ ପୂଜା କରି କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ । ଆଜି ମଧ୍ୟ କୋଣାର୍କ ଅବଧୂତ ମଠ ଠାରୁ ଏକ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗା ନିକଟକୁ ନିଆଯାଇଥାଏ । ସେଠାରେ ୨୭ ଦିନ ରଖାଯାଇ ଗ୍ରହ ନକ୍ଷତ୍ର ପୂଜା ଅଚ୍ଚନା କରାଯିବା ପରେ ମାଘ ସପ୍ତମୀ ତିଥିରେ ସୂର୍ଯ୍ୟଙ୍କୁ ଅଣାଯାଇଥାଏ । ଏହି ରଥକୁ ଟାଣିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.