scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତର ସବୁଠାରୁ ଧନୀ ଖେଳାଳି, ବିଶ୍ୱର ସର୍ବବୃହତ ପ୍ୟାଲେସ୍‌ର ଅଟନ୍ତି ମାଲିକ

10/07/2023 at 2:04 PM

ନୂଆଦିଲ୍ଲୀ ୧୦।୦୭ : ବିରାଟ ନା ସଚିନ୍, ନା ଧୋନୀ । କିଏ ଭାରତର ସବୁଠାରୁ ଧନୀ ଖେଳାଳୀ ?  ଏ ପ୍ରଶ୍ନ ସମସ୍ତଙ୍କ ମନରେ ନିଶ୍ଚୟ ଆସୁଥିବ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ତିନି ଖେଳାଳିଙ୍କ ବ୍ୟତୀତ ଭାରତରେ ଆଉ ଜଣେ ଏପରି ଖେଳାଳି ଅଛନ୍ତି ଯାହାଙ୍କ ସମ୍ପତ୍ତି ଏମାନଙ୍କ ତୁଳନାରେ ଢେର ଅଧିକ । ଏ ହେଉଛନ୍ତି ସମରଜିତ୍ ସିଂ ଗାଇକୱାଡ । ୧୯୬୭ ମସିହା ଜନ୍ମିତ ସମରଜିତ୍ ଗୁଜୁରାଟ ବରୋଦାର ପୂର୍ବତନ ରାଜା । ପିତାଙ୍କ ମୃତ୍ୟୁ ପରେ ମେ ୨୦୧୨ ମସିହାରେ ମହାରାଜା ମୁକୁଟ ପିନ୍ଧିଥିଲେ ସମରଜିତ୍ ।

ଏହାପରେ ସେ ପ୍ରାୟ ୨୦ ହଜାର କୋଟିରୁ ଅଧିକ ସମ୍ପତ୍ତିର ଅଧିକାରୀ ଅଟନ୍ତି । ଏହା ବ୍ୟତୀତ, ସମରଜିତ୍ ସିଂ ଲକ୍ଷ୍ମୀ ଭିଲାସ ପ୍ୟାଲେସର ମାଲିକ ଅଟନ୍ତି । ଯାହା ବିଶ୍ୱର ସର୍ବ ବୃହତ ଘରୋଇ ବାସସ୍ଥାନ ଭାବେ ଜଣାସୁଣା । ସେ ମନ୍ଦିର ଟ୍ରଷ୍ଟକୁ ମଧ୍ୟ ନିୟନ୍ତ୍ରଣ କରନ୍ତି ଯାହା ଗୁଜୁରାଟ, ବନାରସ ସମେତ ଉତ୍ତରପ୍ରଦେଶର ପ୍ରାୟ ୧୭ଟି ମନ୍ଦିରକୁ ପରିଚାଳିତ କରିଥାଏ ।

ଏହା ବ୍ୟତୀତ ସମରଜିତ୍ ସିଂ ୱାନକାନେର ରାଜ ପରିବାରର ରାଜକୁମାରୀ ରାଧିକା ରାଜେଙ୍କୁ ବିବାହ କରିଥିଲେ । ସମରଜିତ୍ ସିଂ ଭାରତୀୟ ଦଳ ପାଇଁ ଖେଳିନାହାଁନ୍ତି । ସେ ରଣଜୀ ଟ୍ରଫିରେ ବରୋଦାର ପ୍ରତିନିଧିତ୍ୱ କରିଥିଲେ ଓ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଭାବେ ସେ ୬ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ । ଏହା ବ୍ୟତୀତ ସେ ବରୋଦା କ୍ରିକେଟ୍ ଆସୋସିଏସନର ସଭାପତି ମଧ୍ୟ ରହିଛନ୍ତି।

ଅଧିକାଂଶ କ୍ରିକେଟ ପ୍ରେମୀ ବିରାଟ କୋହଲି, ସଚିନ ତେନ୍ଦୁଲକର ଓ ଏମଏସ ଧୋନିଙ୍କୁ ସବୁଠାରେ ଧନୀ କ୍ରିକେଟର ବୋଲି ମାନିଥାଆନ୍ତି । ଏମାନଙ୍କ ସମ୍ପତ୍ତି କଥା କହିବାକୁ ଗଲେ ପୂର୍ବତନ ଓପନର୍ ସଚିନ ତେନ୍ଦୁଲକରଙ୍କ ସମ୍ପତ୍ତି ମୋଟ ୧,୨୫୦ କୋଟି । ସେହିପରି ପୂର୍ବତନ କ୍ୟାପଟେନ ଏମଏସ୍‌ ଧୋନିଙ୍କ ସମ୍ପତି ୧,୦୪୦ କୋଟି ।  ନିକଟରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧୦୦୦ କୋଟି ଟଙ୍କା ଅତିକ୍ରମ କରିଥିଲା । କୋହଲି ବର୍ତ୍ତମାନ ଦୁନିଆର ସବୁଠାରୁ ଧନୀ ସକ୍ରିୟ ଖେଳାଳୀ ବୋଲି କହିବା ଭୁଲ ହେବ ନାହିଁ ।

You Can Read:

   Related Posts