ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ସବୁ କିଛି ଭୁଲି ଆଗକୁ ବଢିବେ ସାମନ୍ଥା, ପୁଣି ପଡିବ ହାତଗଣ୍ଠି !

26/09/2022 at 8:43 AM

ମୁମ୍ଵାଇ ୨୬।୦୯: ସାଉଥ୍ ଇଣ୍ଡଷ୍ଟ୍ରିର ଚୁଲ୍‌ବୁଲି ନାୟିକା ସାମନ୍ଥା ଋଥୁ ପ୍ରଭୁ। ଦମଦାର ଅଭିନୟ ସାଙ୍ଗକୁ ବ୍ୟୁଟିନେସ୍ ପାଇଁ ସବୁବେଳେ ଲାଇମ୍‌ଲାଇଟ୍‌ରେ ରୁହନ୍ତି। ସାଉଥ୍ ଇଣ୍ଡଷ୍ଟ୍ରୀରେ ନିଜ ଜଲୱା ଦେଖାଇବା ପରେ ଏବେ ସେ ବଲିଉଡ ମୁହାଁ। ଏମିତିକି ସାମନ୍ଥା ହଲିଉଡରେ ଡେବ୍ୟୁ କରୁଥିବା ନେଇ ଚର୍ଚ୍ଚା ହେଉଛି । ତେବେ ସବୁବେଳେ ଲାଇମଲାଇଟ୍‌ରେ ରହୁଥିବା ଏହି ଦକ୍ଷିଣୀ ସୁନ୍ଦରୀ ଏବେ କୁଆଡ଼େ ଗାୟବ ହୋଇଯାଇଛନ୍ତି। ନା ସୋସାଲ ମିଡିଆ ନା କୌଣସି ଇଭେଣ୍ଟରେ, ତାଙ୍କୁ ଦେଖିବାକୁ ମିଳୁନାହିଁ। ତାଙ୍କର ଅନେକ ଫିଲ୍ମର ଶୁଟିଂ ମଧ୍ୟ ଅଧାରୁ ବନ୍ଦ ରହିଛି। ଯାହାକୁ ନେଇ ସିନେ ଦୁନିଆରେ ଚର୍ଚ୍ଚା ଜୋର୍ ଧରିଛି।

କୁଆଡ଼େ ଗଲେ ସାଉଥ ସୁନ୍ଦରୀ ସାମନ୍ଥା।? କାହିଁକି ଆଧାରୁ ବନ୍ଦ ରଖାଯାଇଛି ତାଙ୍କ ଫିଲ୍ମ ? କେହି କେହି କହୁଛନ୍‌ତି ସେ ଗୁରୁତର ରୋଗରେ ପୀଡିତ ହୋଇ ଚିକିତ୍ସା ପାଇଁ ବିଦେଶ ଯାଇଛନ୍ତି। ତ ଆଉ କେହି କହୁଛନ୍ତି ଦ୍ୱିତୀୟ ବିବାହ ପାଇଁ ଚାଲିଛି ପ୍ରସ୍ତୁତି। ହେଲେ ସାମନ୍ଥାଙ୍କ ମ୍ୟାନେଜର କିନ୍ତୁ ରୋଗ କଥାକୁ ଅସ୍ୱୀକାର କରିବା ସହ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି।

ତେବେ କଣ ସତରେ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତିରେ ଅଚନ୍ତି ସାମନ୍ଥା ? ଏଇ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ସାମନ୍ଥା କୁଆଡ଼େ ଦ୍ୱିତୀୟ ଥର ବିବାହ କରିବାକୁ ମନ ବଳାଇଛନ୍ତି। ବିବାହକୁ ନେଇ ବହୁତ କିଛି ପ୍ଲାନିଂ ମଧ୍ୟ କରୁଛନ୍ତି।  ନାଗା ଚୈତନ୍ୟଙ୍କଠାରୁ ଅଲଗା ହେବା ପରେ ଅଭିନେତ୍ରୀ  ନିଜକୁ ଏକା ଅନୁଭବ କରୁଥିଲେ । ଏଥିପାଇଁ ସେ ନିଜକୁ ସୁବେବେଳେ କାମରେ ବ୍ୟସ୍ତ ରଖୁଥିଲେ।

ଜୀବନର ଏକଲାପଣକୁ ଦୂରେଇବା ପାଇଁ ତାଙ୍କୁ ଦ୍ୱିତୀୟ ବିବାହ କରିବାକୁ ସଦଗୁରୁ ଜଗଦୀଶ ଭାସୁଦେବ ଉପଦେଶ ଦେଇଥିବା କୁହାଯାଉଛି।  ଏହାପରେ ଅଭିନେତ୍ରୀ ନିଜର ଅତୀତକୁ ଭୁଲିବା ସହ ଜୀବନରେ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।  କିନ୍ତୁ ଦ୍ୱିତୀ ବିବାହ ନେଇ ସାମନ୍ଥା ମୁହଁ ଖୋଲିନାହାନ୍ତ କି କୌଣସି ସୂଚନା ଦେଇ ନାହାନ୍ତି। ସାମନ୍ଥାଙ୍କ ନିରବତା ଭିତରେ ଦ୍ୱିତୀୟ ବିଭାହ ଚର୍ଚ୍ଚା କେତେ ସତ କେତେ ମିଛ ତାହା ତ ସମୟ କହିବ। ହେଲେ କ୍ୟାରିୟରକୁ ଗଢ଼ିବାରେ ଜୋର୍‌ସୋର୍‌ରେ ଲାଗିପଡ଼ିଛନ୍ତି ସାମନ୍ଥା।

ଆଗାମୀ ଦିନରେ ସାମନ୍ଥାଙ୍କର ଆଗକୁ ବ୍ୟାକ୍-ଟୁ-ବ୍ୟାକ୍ ଫିଲ୍ମ ଆସୁଛି। ଅଭିନେତ୍ରୀଙ୍କ ଫିଲ୍ମ ‘ଯଶୋଦା’ ରିଲିଜ ହେବାକୁ ଯାଉଥିବା ବେଳେ ପରବର୍ତ୍ତୀ ପ୍ରୋଜେକ୍ଟ ପୌରାଣିକ ଚଳଚ୍ଚିତ୍ର ‘ଶକୁନ୍ତଳମ୍’ରେ ଦେଖିବାକୁ ମିଳିବେ।

   Related Posts