Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସଲମାନଙ୍କ ସହ ରୋମାନ୍ସ କରିବେ ସାମନ୍ଥା, ଏହି ଫିଲ୍ମରେ ଆସିବେ ନଜର

18/09/2023 at 12:40 PM

ମୁମ୍ଵାଇ ୧୮।୦୯: ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୃ।  ସିନେମା ଜଗତରେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ନିଜର ଚମତ୍କାର ଶୈଳୀ ହେତୁ ଚର୍ଚ୍ଚାରେ ଥିବାବେଳେ ଆଉ  ବେଳେବେଳେ ସେ ବ୍ୟକ୍ତିଗତ ଜୀବନ ପାଇଁ ଲାଇମଲାଇଟ୍ ରେ ରୁହନ୍ତି। ସାମନ୍ଥା ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି, କିନ୍ତୁ ‘ଫ୍ୟାମିଲି ମ୍ୟାନ୍ ୨’ ଏବଂ ‘ପୁଷ୍ପା ୨’ର ସବୁଠାରୁ ଲୋକପ୍ରିୟ ଗୀତ ଓଃ ଆଣ୍ଟାଭାମାମା… କାରଣରୁ ସେ ଇଣ୍ଡଷ୍ଟ୍ରିରେ ନିଜର ଦବ୍‌ଦବା ହାସଲ ହୋଇଛନ୍ତି। ବର୍ତ୍ତମାନ ଖବର ଆସିଛି ଯେ ସାମନ୍ଥା ଖୁବ୍ ଶୀଘ୍ର ସଲମାନଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ।

ରିପୋର୍ଟ ଅନୁଯାୟୀ, କରଣ ଜୋହରଙ୍କ ନିର୍ଦ୍ଦେଶିତ ଏକ ଚଳଚ୍ଚିତ୍ରରେ ସାମନ୍ଥା ନଜର ଆସିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ର ଧର୍ମ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ହେବ। ଚଳଚ୍ଚିତ୍ରରେ ପ୍ରସିଦ୍ଧ ଦକ୍ଷିଣ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ଏବଂ ତ୍ରିଶାଙ୍କୁ ମଧ୍ୟ ଦେଖିବାକୁ ମିଳିବ ବୋଲି ମଧ୍ୟ କୁହାଯାଉଛି। ହେଲେ ଏହା ବିଷୟରେ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇପାରିବ ନାହିଁ । ବର୍ତ୍ତମାନ ନିର୍ମାତା ଏବଂ ତାରକାଙ୍କ ମଧ୍ୟରେ ଆଲୋଚନା ଚାଲିଛି ।

କହିବାକୁ ଗଲେ ନିକଟରେ ସାମନ୍ଥା କହିଥିଲେ ଯେ ସେ ମାୟୋସିଟିସ୍ ନାମକ ଏକ ରୋଗରେ ପୀଡିତ। ଯେଉଁଥିପାଇଁ ସେ ଇଣ୍ଡଷ୍ଟ୍ରିରୁ ବିରତି ନେଇଥିଲେ । ସେ କିଛି ସମୟ ପାଇଁ ତାଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଉଥିଲେ ଏବଂ ନିଜକୁ ସୁସ୍ଥ ରଖିବା ପାଇଁ ପରିବାର ସହିତ ବାହାରକୁ ଛୁଟିରେ ଯାଇଥିଲେ। ବର୍ତ୍ତମାନ, ପ୍ରଶଂସକମାନେ ବହୁତ ଖୁସି ଯେ ସାମନ୍ଥା ଖୁବ୍‌ ଶୀଘ୍ର କମ୍‌ବ୍ୟାକ୍‌ କରୁଛନ୍ତି । ତାହା ପୁଣି ସଲମାନ ଖାନ୍‌ଙ୍କ ଫିଲ୍ମରେ।

   Related Posts