ଚର୍ଚ୍ଚାରେ ସାମନ୍ଥା ରୁଥ୍‌ ପ୍ରଭୁ, 'ଦ ଇମ୍ମୋର୍‌ଟାଲ୍ ଅଶ୍ଵଥାମା'ରେ ବିକିଙ୍କ ସହ ଆସିବେ ନଜର !

Published By : Prameya-News7 Bureau | July 24, 2022 IST

ନୂଆଦିଲ୍ଳୀ ୨୪।୦୭: ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ୍‌ ପ୍ରଭୁ ଏବେ ଖୁବ୍‌ ଚର୍ଚ୍ଚାରେ। ଦିନକୁ ଦିନ ତାଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। କେବଳ ଟଲିଉଡ୍‌ରେ ନୁହେଁ, ବଲିଉଡ୍ ବି କରିବେ ଡେବ୍ୟୁ। ଖୁବ୍‌ ଶୀଘ୍ର ସେ ତାଙ୍କ ବଲିଉଡ୍‌ ଡେବ୍ୟୁରେ ଆୟୁଷ୍ମାନ ଖୁରାନାଙ୍କ ସହ ଆସିବେ ନଜର । ତାଙ୍କ ବଲିଉଡ୍‌ ଡେବ୍ୟୁକୁ ନେଇ ଫ୍ୟାନ୍ସମାନେ ଖୁବ୍‌ ଏକ୍ସାଇଟେଡ୍‌ ଥିବା ବେଳେ ସେମାନଙ୍କ ପାଇଁ ଏବେ ଆଉ ଗୋଟେ ଖୁସି ଖବର।

ପିଙ୍କ୍‌ ଭିଲାର ରିପୋର୍ଟ ଅନୁସାରେ ନାୟିକା ସାମନ୍ଥାଙ୍କୁ  ଏବେ ଆଦିତ୍ୟ ଧରଙ୍କ ଆମ୍ବିସିୟସ୍‌ ଫିଲ୍ମ ଦ ଇମ୍ମୋର୍‌ଟାଲ୍ ଅଶ୍ବଥାମା ସାମନ୍ଥା କନଫର୍ମ ହୋଇଛନ୍ତି। ଏହାର ସ୍କ୍ରିପ୍ଟ୍‌ କାମ ଶେଷ ହେବା ଉପରେ। କିନ୍ତୁ ଫିଲ୍ମର ଏକ ବିଶିଷ୍ଟ ସୁତ୍ରରୁ ଜଣା ପଡିଛି ଯେ ନିର୍ଦ୍ଦେଶକ ଆଦିତ୍ୟ ଫିଲ୍ମର ସୁଟିଙ୍ଗ୍ କାମ ଯଥାଶୀଘ୍ର ସାରି ୨୦୨୩ ସୁଦ୍ଧା ରେ ପରଦାରେ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହା ବ୍ୟତୀତ ସାମନ୍ଥାଙ୍କ ଅପୋଜିଟ୍‌ରେ ବିକିଙ୍କ ସହ କଥାବର୍ତ୍ତା କରୁଛନ୍ତି। ଯଦି ସବୁକିଛି ଠିକ୍‌ ହୁଏ ତେବେ ଏହି ସିନେମାରେ ସାମନ୍ଥା ଏକ ଆକ୍ସନ୍‌ଭରା ରୋଲ୍‌ରେ ବିକିଙ୍କ ସହିତ ନଜର ଆସିବେ। ଏପଟେ ସାମନ୍ଥାଙ୍କ ହାତରେ ଅଛି ଦୁଇଟି ହିନ୍ଦୀ ଫିଲ୍ମ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.