ମୁମ୍ଵାଇ ୨୮।୦୭: ସାଉଥ୍ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୃ। ସେ କୋଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାଆନ୍ତି। ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ଅଛନ୍ତି। ସାମନ୍ଥା ତାଙ୍କ ନୂତନ ପୋଷ୍ଟ ଗୁଡିକ ମାଧ୍ୟମରେ ତାଙ୍କ ପ୍ରଶଂସକମାନଙ୍କୁ ଅପଡେଟ୍ କରିଥା’ନ୍ତି । ଏବେ ଲାଗୁଛି ପ୍ରେମ ପୁଣିଥରେ ଅଭିନେତ୍ରୀଙ୍କ ଜୀବନରେ ପ୍ରବେଶ କରିଛି । ଏହା ଆମେ ନୁହେଁ ସାମନ୍ଥା ନିଜେ ଏହି ସୂଚନା ଦେଇଛନ୍ତି ।
କିଛି ମିନିଟ୍ ପୂର୍ବରୁ ସାମନ୍ଥା ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ। ଏହି ପୋଷ୍ଟରେ ଅଭିନେତ୍ରୀ ଦୁଇଟି ଫଟୋ ସେୟାର କରିଛନ୍ତି। ପ୍ରଥମ ଫଟୋରେ ସାମନ୍ଥା ନିଜେ ନଜର ଆସିଛନ୍ତି ଏବଂ ତାଙ୍କ ହାତରେ ଏକ ଛୋଟ ଚିଟ୍ ଅଛି। ଯେଉଁଥିରେ ଲେଖା ଅଛି Find Hon… ଦ୍ୱିତୀୟ ଫଟୋ ବିଷୟରେ କହିବାକୁ ଗଲେ। ଏହି ଫଟୋରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି କି find honey on 01-08। କେବଳ ଏତିକି ନୁହେଁ, ଏହି ପୋଷ୍ଟ ସେୟାର କରିବାବେଳେ ଅଭିନେତ୍ରୀ ଏହାର କ୍ୟାପସନରେ ମଧ୍ୟ ଲେଖିଛନ୍ତି ଯେ 01-08 ଏକ ତାରିଖ ଭଳି ଲାଗୁଛି? ସାମନ୍ଥାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଲୋକଙ୍କ ସାମ୍ନାରେ ଆସିବା ମାତ୍ରେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଆସିଲା ଏହା ଚାଲିଛି କଣ?
ସାମନ୍ଥାଙ୍କ ଏହି ପୋଷ୍ଟରେ ସୋସିଆଲ ମିଡିଆ ୟୁଜର୍ସମାନେ ଖୁବ୍ କମେଣ୍ଟ ଦେଉଛନ୍ତି। ଜଣେ ୟୁଜର୍ସ ଏହି ପୋଷ୍ଟରେ ଲେଖିଛନ୍ତି ଯେ ମୁଁ ଆଉ ଅପେକ୍ଷା କରିପାରିବି ନାହିଁ । ଅନ୍ୟ ଜଣେ ଲେଖିଛନ୍ତି ସେହି ରହସ୍ୟମୟ ବ୍ୟକ୍ତି କିଏ? ଆଉ ଜଣେ ୟୁଜର୍ସ କହିଛନ୍ତି, ମୁଁ ପ୍ରଥମ ତାରିଖକୁ ଅପେକ୍ଷା କରିଛି। ତେବେ ଏହି ପୋଷ୍ଟରେ ସାମନ୍ଥା ନିଶ୍ଚିତ କରିନାହାଁନ୍ତି ଯେ ସେ ପ୍ରକୃତରେ କାହାକୁ ଭଲ ପାଉଛନ୍ତି ନା କାହା ସହ ଡେଟ କରୁଛନ୍ତି। ତେବେ ଅଭିନେତ୍ରୀଙ୍କ ଏହି ପୋଷ୍ଟ ଯାହା ଆଡକୁ ସୂଚାଉଛି ତାହା କେବଳ ଅଗଷ୍ଟ ୧ ତାରିଖରେ ଜଣା ପଡିବ।